ଚାଷୀଙ୍କ ଉପରେ ସବୁ ଦଳର ନଜର: ବିଜେଡି ପରେ କଂଗ୍ରେସର କୃଷକ ସଂଗଠନ ପୁର୍ନଗଠିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ଚାଷୀଙ୍କ ଉପରେ ସବୁ ଦଳର ନଜର: ବିଜେଡି ପରେ କଂଗ୍ରେସର କୃଷକ ସଂଗଠନ ପୁର୍ନଗଠିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ଓଡ଼ିଶାରେ ଚାଷୀ ସମସ୍ୟା ହିଁ ମୁଖ୍ୟ ପ୍ରସଙ୍ଗ ପାଲଟିବ। ତା’ର ସଙ୍କେତ ଏବେଠୁ ମିଳିବା ଆରମ୍ଭ ହେଲାଣି। ୮ତାରିଖରେ ବିଜେଡି ଚାଷୀ ପ୍ରସଙ୍ଗରେ ଦିଲ୍ଲୀରେ ସମାବେଶ କରୁଥିବାବେଳେ ବିଜେପି ସେହିଦିନ ରାଜ୍ୟ ସଚିବାଳୟ ଘେରାଉବାକୁ ସଜବାଜ ହେଉଛି। ପ୍ରଦେଶ କଂଗ୍ରେସ ମଧ୍ୟ ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ଚାଷୀ ସମସ୍ୟା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ବିଫଳତାକୁ ପ୍ରସଙ୍ଗ କରି ବିକ୍ଷୋଭ ପ୍ରଦର୍ଶନ କରିବ।

ଦିଲ୍ଲୀରେ ଚାଷୀ ସମାବେଶ ପୂର୍ବରୁ ବିଜେଡି ନିଜର କୃଷକ ସେଲର ରାଜ୍ୟସ୍ତରୀୟ କର୍ମକର୍ତ୍ତା କମିଟି ଓ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଥିବାବେଳେ କଂଗ୍ରେସ ଏବେ ଅନୁରୂପ ଭାବେ କୃଷକ ସଂଗଠନ କମିଟିର ପୁର୍ନଗଠନ କରିଛି। ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ରହିଥିବାବେଳେ ରାଜ୍ୟ କମିଟିରେ ସୁଧୀର ପରିଚ୍ଛା, ଦେବୀ ପ୍ରସନ୍ନ ଚାନ୍ଦ, ଶଶି ଭୂଷଣ ପାତ୍ର, ମହେନ୍ଦ୍ର ପରିଡ଼ା, ଦୁର୍ଯୋଧନ ଗଡ଼ତିଆ, ପ୍ରେମାନନ୍ଦ ସ୍ୱାଇଁ, ହେମନ୍ତ କୁମାର କର, ସୁବାସ ରାଉତଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଥିବାବେଳେ ଉପାଧ୍ୟକ୍ଷ ଓ ୧୨ଜଣ ସାଧାରଣ ସମ୍ପାଦକ ପଦବୀରେ ଦଳୀୟ ଚାଷୀ ନେତାଙ୍କୁ ମଧ୍ୟ ଅବସ୍ଥାପିତ କରାଯାଇଛି।

ଏମାନଙ୍କ ବ୍ୟତୀତ ଜିଲ୍ଲା କଂଗ୍ରେସ କୃଷକ ସଭାପତି ଭାବେ ଅନୁଗୋଳ – ଉମେଶ ଚନ୍ଦ୍ର ସାହୁ, ବାଲେଶ୍ୱର – ନିରଞ୍ଜନ ବେହେରା, ଭଦ୍ରକ – ନର ନାରାୟଣ ଜେନା, ମୟୁରଭଞ୍ଜ – ଘନଶ୍ୟାମ ନନ୍ଦ ବ୍ରହ୍ମଚାରୀ, କେଉଁଝର – ସେକ୍ ମୋବିନ୍, ଯାଜପୁର- ବିଜୟ କୁମାର ସ୍ୱାଇଁ, କେନ୍ଦ୍ରାପଡ଼ା – ରାଜକିଶୋର ପ୍ରଧାନ, ଜଗତସିଂହପୁର – ନିତ୍ୟାନନ୍ଦ ପଣ୍ଡା, ଢେଙ୍କାନାଳ – ସୁଧାକର ସାହୁ, କଳାହାଣ୍ଡି – ସଚ୍ଚିଦାନନ୍ଦ ମହାକୁଡ଼, ଝାରସୁଗୁଡ଼ା – ଜଗନ୍ନାଥ ଜେନା, ସୁନ୍ଦରଗଡ଼ – ଅମିତ କୁମାର ପଟେଲ, ସମ୍ବଲପୁର – ଗୋବିନ୍ଦ ଚନ୍ଦ୍ର ମିଶ୍ର, ବରଗଡ଼ – ଦୟା ସାଗର ମେଣ୍ଡଲୀ, ବଲାଙ୍ଗୀର – ଯତି ପ୍ରଧାନ, ସୁବର୍ଣ୍ଣପୁର – ସ୍ୱପ୍ନେଶ୍ୱର ପୃଷ୍ଟି, ଦେବଗଡ଼ – ସନ୍ତୋଷ କୁମାର ସାହୁ, ନୂଆପଡ଼ା – ହେମନ୍ତ ଦାସ ମାଣିକପୁରୀ, ରାୟଗଡ଼ା – କେ. ଦେବେନ୍ଦ୍ର କୁମାର ରାଓ, ନବରଙ୍ଗପୁର – ଗଣେଶ୍ୱର ତ୍ରିପାଠୀ, କୋରାପୁଟ – କୃଷ୍ଣ ଚନ୍ଦ୍ର ନେପାକ, ମାଲକାନଗିରି – ସୌମ୍ୟରଞ୍ଜନ ପାଣିଗ୍ରାହୀ, ଗଜପତି – ଏସ୍. ଗଜପତି ରାଓ, ଗାମ – ବୃନ୍ଦାବନ ଖଟେଇ, କନ୍ଧମାଳ – ପ୍ରଫୁଲ୍ଲ କୁମାର ଦାଶ, ନୟାଗଡ଼ – ବସନ୍ତ କୁମାର ମହାରଣା, ଖୋର୍ଦ୍ଧା- ରମେଶ ଚନ୍ଦ୍ର ବିଶ୍ୱାଳ, ପୁରୀ – ପ୍ରଦୀପ୍ତ କୁମାର ସାମନ୍ତରାୟ,   ବୌଦ୍ଧ – ରଘୁନାଥ ପଲିଆଙ୍କୁ ସଭାପତି ଓ କଟକ- ସଦାନନ୍ଦ ଓଝାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ପୁନଃ ନିଯୁକ୍ତ କରାଯାଇଛି।

ଖୁବଶୀଘ୍ର ସମସ୍ତ ବ୍ଳକ ଓ ଗ୍ରାମ ପଞ୍ଚାୟତସ୍ତରରେ ସଭାପତି ଓ ସମ୍ପାଦକମାନଙ୍କ ନିଯୁକ୍ତ ପ୍ରକ୍ରିୟା ଚୁଡ଼ାନ୍ତ କରାଯାଇ ଏବଂ କୃଷକ, କୃଷି ଶ୍ରମିକ, କୃଷିଜୀବୀ ମହିଳାଙ୍କୁ ଦଳୀୟ ଫୋରମରେ ସଂଗଠିତ କରାଯାଇ ସେମାନଙ୍କ ହକ୍ ପାଇଁ ବର୍ତ୍ତମାନର ବିଜେଡି ଓ ବିଜେପି ସରକାରର ଚାଷୀମାରଣ ନୀତି ବିରୁଦ୍ଧରେ ରାଜ୍ୟ ବ୍ୟାପୀ ଆନ୍ଦୋଳନକୁ ଦୁର୍ବାର କରାଯିବ। ରାଜ୍ୟସ୍ତରରେ ଏକ ଚାଷୀ ପରାମର୍ଶ ଉପଦେଷ୍ଟା କମିଟି ଗଠନ କରାଯିବ ବୋଲି କିଷାନ ସେଲ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।



from Odisha Reporter http://bit.ly/2F1JL2B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages