କାଟି ନେଉଛନ୍ତି ଅରଟେଲ୍‌ କମ୍ୟୁନିକେସନସର କେବୁଲ ତାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

କାଟି ନେଉଛନ୍ତି ଅରଟେଲ୍‌ କମ୍ୟୁନିକେସନସର କେବୁଲ ତାର

tyyy999

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ ଅରଟେଲ୍‌ କମ୍ୟୁନିକେସନସର କେବୁଲ ତାର କାଟି ଦିଆଯାଉଥିବା ଅଭିଯୋଗ ହୋଇଛି। ଫଳରେ ୫୦ ହଜାର ଟଙ୍କାର କ୍ଷତି ସହିବାକୁ ପଡୁଥିବା ଅରଟେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ଏହାସହ ବାଙ୍କି ଥାନାରେ ଏନେଇ ଅଭିଯୋଗ କରାଯାଇଛି।

ବାଙ୍କି ଅଞ୍ଚଳରେ ଦୀର୍ଘଦିନ ଧରି ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି ଅରଟେଲ୍‌ କମ୍ୟୁନିକେସନସ୍‌। ତେବେ କିଛିଦିନ ହେଲା ବାଙ୍କିରେ ଅନ୍ୟ ଏକ ଘରୋଇ କେବୁଲ ଅପରେଟର ସଂସ୍ଥାର କିଛି ଅସାଧୁ କର୍ମଚାରୀ ଅରଟେଲର କେବୁଲକୁ ବାରମ୍ବାର କାଟୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଶହେଟି ସ୍ଥାନରେ ଅରଟେଲର କେବୁଲ କଟାଯାଇଥିବାରୁ ସଂସ୍ଥାର ୫୦ହଜାର ଟଙ୍କାର କ୍ଷତି ହୋଇଥିବା ଅରଟେଲ ପକ୍ଷରୁ କୁହାଯାଇଛି।

ତେବେ ଘଟଣାକୁ ନେଇ ବାଙ୍କି ଥାନା ଅଧିକାରୀ କ୍ୟାମେରା ‌ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।



from Odisha Reporter http://bit.ly/2TekuWb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages