ଆଇଫୋନ୍‌ କିଣିବା ପାଇଁ କିଡ୍‌ନୀ ବିକି ଯୁବକ ମରଣ ସହ କରୁଛନ୍ତି ସଂଘର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ଆଇଫୋନ୍‌ କିଣିବା ପାଇଁ କିଡ୍‌ନୀ ବିକି ଯୁବକ ମରଣ ସହ କରୁଛନ୍ତି ସଂଘର୍ଷ

-iphone
ନୂଆଦିଲ୍ଲୀ: ଆଇଫୋନ୍‌ ନିଶା ମହଙ୍ଗା ପଡ଼ିଲା। ଏବେ ମରଣ ସହ କରୁଛନ୍ତି ସଂଘର୍ଷ। ଡାକ୍ତର କହିଥିଲେ କିଛି ସପ୍ତାହ ପରେ ସାଧାରଣ ଜୀବନ ଯାପନ କରିବ। ହେଲେ ଭୁଲ୍‌ ନିଷ୍ପତ୍ତି ତାଙ୍କୁ ମରଣ ମୁହଁକୁ ଟାଣି ନେଇଛି।  ଏଭଳି ଘଟଣା ଘଟିଛି ଚୀନରେ। ତାଙ୍କ ନାଁ ଜଆଅ ବାଙ୍ଗ୍ (୨୪)। ଏବେ ସେ ପୂରା ଶଯ୍ୟାଶାୟୀ। ଚାଲିଛି ତାଙ୍କର ଡାୟଲିସିସ୍‌ ।
ବାଙ୍ଗଙ୍କୁ ଯେତେବେଳେ ୧୭ ବର୍ଷ ହୋଇଥିଲା, ସେ ଏକ ଆଇଫୋନ୍‌-୪ କିଣିବାକୁ ଚାହିଁଥିଲେ। ତେବେ ଆଇଫୋନ୍‌ର ଦାମ୍ ଅଧିକ ଥିବାରୁ ସେ ନିଜ କିଡନୀ ବିକି ଆଇଫୋନ୍‌ କିଣିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ୨୨ ହଜାର ୟୁଆନ୍‌(୨.୨୪ଲକ୍ଷ ଟଙ୍କା)ରେ କିଡନୀ ବିକ୍ରି କରି ଆଇଫୋନ୍‌-୪ କିଣିଥିଲେ। ଆଇଫୋନ୍‌-୪ କିଣିଲେ ସ୍କୁଲରେ ତାଙ୍କର ଖାତିରଦାରି ବଢ଼ିବା ଉଦ୍ଦେଶ୍ୟରେ ସେ ଏହାକୁ କିଣିଥିଲେ।
ବାଙ୍ଗ କହିଛନ୍ତି,“ ଗୋଟିଏ କିଡ୍‌ନୀରେ ମଧ୍ୟ ମଣିଷ ବଞ୍ଚି ପାରେ ବୋଲି ମୋତେ କେହି କହିଥିଲା। ତେଣୁ ମୁଁ ଭାବିଥିଲି ଗୋଟିଏ କିଡ୍‌ନୀ ମୋ ପାଇଁ ଯଥେଷ୍ଟ। ଦ୍ୱିତୀୟ କିଡ୍‌ନୀର କିଛି ଆବଶ୍ୟକତା ନାହିଁ।”
ବାଙ୍ଗଙ୍କୁ ଏବେ ୨୪ ବର୍ଷ ହେଲାଣି। ଧୀରେ ଧୀରେ ବାଙ୍ଗଙ୍କ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ଏମିତିକି ସେ ଚାଲିଲେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି।  କିଡ୍‌ନୀ ବାହାର କରିବାର କିଛି ଦିନ ପରେ ଏହା ସଂକ୍ରମିତ ହୋଇଯାଇଥିଲା। ପରେ ଜଣାପଡ଼ିଥିଲା ଯେ, ତାଙ୍କ ସର୍ଜରୀ ଠିକ୍‌ ଭାବେ ହୋଇ ନଥିଲା। ଏମିତିକି ସର୍ଜରୀ ସମ୍ପର୍କରେ ବାଙ୍ଗ ବାପା-ମାଆଙ୍କୁ ମଧ୍ୟ ଜଣାଇ ନଥିଲେ। ସଂକ୍ରମିତ ହେବାପରେ ବାଙ୍ଗଙ୍କ ବାପା-ମାଆ ଘଟଣା ସମ୍ପର୍କରେ ଜାଣିଥିଲେ।
ଏକ ରିପୋର୍ଟ ଅନୁସାରେ, ବାଙ୍ଗଙ୍କ ଆଉ ଏକ କିଡ୍‌ନୀ ମଧ୍ୟ ସଂକ୍ରମିତ ହୋଇସାରିଛି। ଏହା ମଧ୍ୟ ପୂରା ଦୁର୍ବଳ ହୋଇପଡ଼ିଛି। ବାଙ୍ଗଙ୍କୁ ଏକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସବୁ ଚିକିତ୍ସା ଫେଲ୍ ମାରିଥିଲା। ଏହାପରେ ତାଙ୍କ ପରିବାର ଲୋକେ ଟଙ୍କା ଠୁଳ କରି ବାଙ୍ଗଙ୍କ ଡାୟଲିସିସ୍‌ କରୁଛନ୍ତି। ଏଥିସହ ବାଙ୍ଗଙ୍କ କିଡନୀ ବାହାର କରିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସା ପାଇଁ ସହାୟତାର ରାଶି ବଢ଼ାଇଛନ୍ତି।


from Odisha Reporter http://bit.ly/2TpptTD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages