ବାପା ମାରି ଦେଉଥିଲେ, ହେଲେ ଝିଅ ଏବେ ଫ୍ୟାଶନ୍ ଡିଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ବାପା ମାରି ଦେଉଥିଲେ, ହେଲେ ଝିଅ ଏବେ ଫ୍ୟାଶନ୍ ଡିଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝିଅ ହେଇଛି। କୁଆଁ କୁଆଁ ହୋଇ କାନ୍ଦୁଛି। ଏଇ ଶବ୍ଦରେ ଫାଟି ପଡ଼ୁଥିଲା ପୂରା ଘର। କିନ୍ତୁ ଛୁଆଟିର ବାପାଙ୍କ ଆଖିରେ ଜଳୁଥିଲା ନିଆଁ। ସତେ ଯେମିତି ସେ ଯୁଦ୍ଧ ହାରିଛନ୍ତି, ଆଉ କଅଁଳା ଝିଅର ଏଇ କୁଆଁ କୁଆଁ ଶବ୍ଦ ତାଙ୍କ ଛାତି ବିଦାରୀ ପକାଉଛି। ରାଗରେ ରକ୍ତ ଚାଉଳ ଚୋବାଉଥିବା ସେ ତଥାକଥିତ ‘ବାପା’ ଜଣକ ନିଜ ହୃଦୟରୁ ଦୟାକୁ ଜଳାଞ୍ଜଳୀ ଦେଇଦେଲେ କିଛି କ୍ଷଣ ପାଇଁ। ଆଉ ଯାହା ଆପଣ କଳ୍ପନା କରି ପାରିବେନି, ସେମିତି କିଛି କରିଦେଲେ। ଏସିଡ୍ ଢାଳିଦେଲେ କଅଁଳା ଝିଅର ମୁହଁରେ।

ମା’ ଛାତିରେ ମୁହଁ ମାଡ଼ି କ୍ଷୀର ପିଉଥିବା ବେଳେ ଏମିତି ବର୍ବର କାଣ୍ଡ କରିଥିଲେ ‘ବାପା’। ହେଲେ କଥାରେ ଅଛି ନା’ ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। କଅଁଳା ଝିଅଟି ବଞ୍ଚିଗଲା। ଆଜି ତାକୁ ୨୩ ଛୁଇଁଲାଣି। ଯୋଉ ଝିଅକୁ ବାପା ପିଲାଟି ବେଳୁ ମାରିଦେବାକୁ ବସିଥିଲେ ସେ ପିଲାଟି ଆଜି ପାଲଟି ଯାଇଛି ଦେଶର ଫ୍ୟାଶନ୍ ଆଇକନ୍।

ମୁମ୍ୱାଇର ଅନ୍‌ମୋଲ୍‌ ରୋଡ୍ରିକ୍ୱେଜ୍‌ ।

ଅନ୍‌ମୋଲ୍‌ ଦୁଇମାସର ହୋଇଥିବା ବେଳେ ତାଙ୍କ ବାପା ଏମିତି ଏସିଡ୍‌ ଆକ୍ରମଣ କରିଥିଲେ ତାଙ୍କ ଉପରେ। ଉଦ୍ଦେଶ୍ୟ ଥିଲା ମା’, ଝିଅଙ୍କୁ ଜୀବନରୁ ମାରିବା। ଦୋଷ କେବଳ ଏତିକି ଥିଲା, ଜଣେ ଝିଅ ଥିଲା ଆଉ ଜଣେ ଝିଅକୁ ଜନ୍ମ ଦେଇଥିଲା।

ଆଜ୍ଞା ହଁ, ଆପଣ ଶୁଣିଥିବା ଏହି ଘଟଣାଟି କୌଣସି କାହାଣୀ ନୁହେଁ, ବିଲ୍‌କୁଲ୍‌ ସତ ଘଟଣା। ଆଜି ପର୍ଯ୍ୟନ୍ତ ପ୍ରେମ ଓ ଶତ୍ରୁତା ପାଇଁ ଏସିଡ୍‌ ଆକ୍ରମଣ କାହାଣୀ ଆପଣ ଶୁଣିଥିବେ। କିନ୍ତୁ ଝିଅଟିଏ ହୋଇ ଜନ୍ମ ହେବା ପରେ ନିଜ ବାପା ଦ୍ୱାରା ଏମିତି ନିର୍ଯାତିତ ହେବା ହୁଏତ ପ୍ରଥମ ଘଟଣା।

କିନ୍ତୁ ଅନ୍‌ମୋଲ୍‌ ବାସ୍ତବତରେ ‘ଅନ୍‌ମୋଲ୍‌’ ସେ କଥା ପ୍ରମାଣ କରି ଦେଖାଇଛନ୍ତି।

ଏତେ ଛୋଟ ବୟସରେ ଭୟାନକ ଘଟଣାର ଶିକାର ହୋଇଥିବା ଅନ୍‌ମୋଲ୍‌ ନିଜର ସକାରାତ୍ମକ ଭାବନା ଓ ଚିନ୍ତାଧାରାକୁ ନେଇ ଆଗକୁ ବଢ଼ିଛନ୍ତି। ୨୩ ବର୍ଷ ବୟସରେ ସେ ବର୍ତ୍ତମାନ ଜଣେ ଏସିଡ୍‌ ଆଟାକ୍‌ ମଡେଲ୍‌ ନାମରେ ଜଣାଶୁଣା। ତାଙ୍କୁ ଅନେକ ମଡେଲିଂ ଅଫର୍‌ ମଧ୍ୟ ମିଳିସାରିଛି। ସୋଶାଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଅନ୍‌ମୋଲ୍‌ଙ୍କର ୨୫,୦୦୦ରୁ ଅଧିକ ଫଲୋଅର୍‌ ରହିଛନ୍ତି।

ଅନ୍‌ମୋଲ୍‌ଙ୍କ ଅତୀତ
୨ ମାସର ଅନ୍‌ମୋଲ୍‌ ଓ ତାଙ୍କ ମା’ଙ୍କ ଉପରେ ଏସିଡ୍‌ ଆକ୍ରମଣ ପରେ ମୃତ୍ୟୁ ମୁଖରୁ ଦୁହିଁଙ୍କୁ ପଡ଼ୋଶୀ ଉଦ୍ଧାର କରିଥିଲେ ଏବଂ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ହସ୍ପିଟାଲ୍‌ରେ ପହଞ୍ଚିବା ପରେ ଦୁଇମାସର ଶିଶୁ ଅନ୍‌ମୋଲ୍‌ର ଗୋଟିଏ ଆଖି ଓ ମୁହଁ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଅନ୍‌ମୋଲଙ୍କ ମା’ ସେହି ଡାକ୍ତରଖାନାରେ ହିଁ ପ୍ରାଣ ହରାଇଲେ।

ଦୁଇମାସର ଶିଶୁ ତା’ର ମା’କୁ ହରାଇବା ପରେ ସମସ୍ତେ ଭାବିଥିଲେ ଛୁଆଟିର ବଞ୍ଚିବାର ଆଶା କମ୍‌। କିନ୍ତୁ ଅନ୍‌ମୋଲ୍‌ର ଯାତ୍ରା ସେହିଠାରୁ ହିଁ ଆରମ୍ଭ ହୋଇଥିଲା। ୫ ବର୍ଷ ଧରି ହସ୍ପିଟାଲ୍‌ରେ ଡାକ୍ତର ଓ ନର୍ସ ନିଜ ଖର୍ଚ୍ଚରେ ଅନ୍‌ମୋଲ୍‌ର ଚିକିତ୍ସା କରି ଦେଖାଶୁଣା କରିଥିଲେ। ଅବସ୍ଥା ଟିକିଏ ସୁଧାରିବା ପରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ତାଙ୍କୁ ସହରର ଏକ ଅନାଥ ଆଶ୍ରମରେ ଛାଡ଼ି ଦେଇଥିଲେ। ସେହି ଅନାଥ ଆଶ୍ରମରେ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ପାଇ ଅନ୍‌ମୋଲ୍‌ ବଡ଼ ହୋଇଥିଲେ। କିନ୍ତୁ ଅନ୍‌ମୋଲ୍‌ ବଞ୍ଚିବା ପାଇଁ ନିଜ ସହିତ ନିଜେ ମଧ୍ୟ ସଙ୍ଘର୍ଷ କରିଥିଲେ।

ମୁଁ ଛୋଟବେଳେ ହସ୍ପିଟାଲ୍‌ରେ ଥିବା ସମୟରେ ଚିନ୍ତା କରୁଥିଲି, ମୁଁ ସମସ୍ତଙ୍କଠାରୁ ଅଲଗା କାହିଁକି? କିନ୍ତୁ ଅନାଥ ଆଶ୍ରମ ଆସିବା ପରେ ମୁଁ ଜାଣିଲି, ଅନ୍ୟ ପିଲାମାନେ ମୋଠାରୁ ଭିନ୍ନ। ସେଠାରେ ମୋତେ କେହି ଘୃଣା କରୁ ନ ଥିଲେ। ପ୍ରଥମେ ପ୍ରଥମେ ମୋର ଚେହେରା ଦେଖି ଡ଼ରୁଥିଲେ, ଧିରେ ଧିରେ ମୁଁ ବଡ଼ ହେବା ପରେ ସେଠାରେ ମୋର ସାଙ୍ଗ ହୋଇଗଲେ। କିନ୍ତୁ ଅନାଥ ଆଶ୍ରମ ବାହାରେ ଲୋକଙ୍କ ସାମ୍ନା କରିବା ମୋ ପାଇଁ କଷ୍ଟ କାମ ଥିଲା।

ଅନ୍ୟ ଏସିଡ୍‌ ଆକ୍ରମଣ ପୀଡ଼ିତା ପରି ଅନ୍‌ମୋଲ୍‌ ଚୁପ୍‌ ରହି ନ ଥିଲେ, ଶିକ୍ଷା ମାଧ୍ୟମରେ ନିଜ ସହିତ ନିଜେ ସଂଘର୍ଷ କରିବା ଆରମ୍ଭ କରିଥିଲେ। କଲେଜ୍‌ରେ ପାଠ ପଢ଼ିବା ସମୟରେ ନିଜର ମୁହଁ ପାଇଁ ସାଙ୍ଗ ବନାଇବା ଅନ୍‌ମୋଲ୍‌ଙ୍କ ପାଇଁ କଷ୍ଟ ହୋଇଥିଲା। କିନ୍ତୁ ଏସବୁ ମଧ୍ୟରେ ଅନ୍‌ମୋଲ୍‌ ନିଜର ଲକ୍ଷ୍ୟକୁ ଭୁଲି ନ ଥିଲେ।

କଲେଜ୍‌ ଟାଇମ୍‌ରେ ଫ୍ୟାଶନ୍‌ ଓ ଷ୍ଟାଇଲିସ୍‌ ଆଉଟ୍‌ଫିଟ୍‌ ସେ ପସନ୍ଦ କରୁଥିଲେ । ତାଙ୍କର ମଡେଲ୍‌ ହେବାର ଇଚ୍ଛା ତାଙ୍କୁ ଆଗକୁ ଯିବା ପାଇଁ ପ୍ରେରଣା ଦେଇଥିଲା। ଯାହାକୁ ସେ ଜାରି ରଖିଥିଲେ। ନିଜର ଷ୍ଟାଇଲିସ୍‌ ସେନ୍ସ ପାଇଁ କଲେଜ୍‌ରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଯେତେବେଳେ ଅନ୍ୟ ଏସିଡ୍‌ ଆଟାକ୍‌ ମହିଳା ଲୋକଲୋଚନକୁ ଆସିବାକୁ ଚାହୁଁ ନ ଥିଲେ, ସେହି ସମୟରେ ଅନ୍‌ମୋଲ୍‌ Acid Survivor Sahas Foundation ନାମରେ ଗୋଟିଏ ସଂସ୍ଥା ଗଠନ କରିଥିଲେ। ଏସିଡ୍‌ ଆଟାକ୍‌ ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସ୍ୱାବଲମ୍ୱୀ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ। ଏବେ ଏହି ମହତ୍‌ ଉଦ୍ଦେଶ୍ୟରେ ସେ ସଫଳ ହୋଇଛନ୍ତି। ଅନ୍‌ମୋଲ୍‌ଙ୍କ ଚେଷ୍ଟାରେ ୨୦ ଜଣ ଏବେ ସ୍ୱାବଲମ୍ୱୀ ।

ମୁଁ ପ୍ରଥମ ଏସିଡ୍‌ ଆଟାକ୍‌ ସର୍‌ଭାଇବର୍‌ ମଡେଲ୍‌ ହେବାକୁ ଚାହେଁ। ଯିଏ କେବଳ ଫ୍ୟାଶନ୍‌ ନୁହେଁ, ସମାଜକୁ ଜଣାଇବ ଯେ, ଏସିଡ୍‌ ଆମ ଜୀବନକୁ ଶେଷ କରିବାକୁ କ୍ଷମତା ରଖେନା। ଏହା ହୁଏତ ଆମ ମୁହଁକୁ ବଦଳାଇ ଦେବ, କିନ୍ତୁ ଆମ ଆତ୍ମାକୁ ନଷ୍ଟ କରିପାରିବ ନାହିଁ। ଜୀବନକୁ ଖୁସିରେ ବଞ୍ଚିବାକୁ ପଡ଼ିବ।



from Odisha Reporter http://bit.ly/2s7EDBn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages