ଆହୁରି ୪୮ ଘଣ୍ଟା ରହିବ ଶୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

ଆହୁରି ୪୮ ଘଣ୍ଟା ରହିବ ଶୀତ

winter

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନ ହେଲାଣି ରାଜ୍ୟରେ ପୁଣି ଶୀତ ଆରମ୍ଭ ହୋଇଯାଇଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ଗତକାଲି ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀକୁ ଖସି ଯାଇଥିବା ବେଳେ ଆହୁରି ୪୮ ଘଣ୍ଟା ପାଇଁ ରାଜ୍ୟରେ ଶୀତର ଲହରୀ ଜାରି ରହିବ। ଏଥିନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୋଲ୍ଡ ୱେଭ୍ କଣ୍ଡିସନ୍ ଜାରି କରାଯାଇଛି।

ପ୍ରଥମ ଦିନରେ ଉତ୍ତର-ଦକ୍ଷିଣ ଓଡ଼ିଶାରେ କୋଲ୍ଡ ୱେଭ୍ କଣ୍ଡିସନ୍‌ ଜାରି କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ପୂରା ଦକ୍ଷିଣ ଓଡ଼ିଶାରେ ଏହି ସତର୍କ ସୂଚନା ଜାରି କରାଯାଇଛି। ରାତିରେ ସ୍ୱାଭାବିକ ତାପମାତ୍ରା ହ୍ରାସ ପାଉଥିବାରୁ ପୁଣି ଶୀତ ଲହରୀ ଅନୁଭୂତ ହେଉଛି।

ଆଜି ଅନୁଗୋଳ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୬ ଡିଗ୍ରୀକୁ ଖସି ଯାଇଥିଲା। ଗତକାଲି ଦାରିଙ୍ଗବାଡ଼ି ଓ ଏହାର ଆଖପାଖ ଅଞ୍ଚଳରେ ତୁଷାରପାତ ହୋଇଥିଲା।



from Odisha Reporter http://bit.ly/2sWTRcT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages