ଜନ୍ମଦିନରେ ପ୍ରେମଚିଠି ପାଇଲେ ଡ୍ରାଭିଡ୍‌, ଭେଟ ହେଲେ ମୋମୋ ଖୁଆଇବେ କହିଲେ ପ୍ରେମିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ଜନ୍ମଦିନରେ ପ୍ରେମଚିଠି ପାଇଲେ ଡ୍ରାଭିଡ୍‌, ଭେଟ ହେଲେ ମୋମୋ ଖୁଆଇବେ କହିଲେ ପ୍ରେମିକା

ବେଙ୍ଗାଲୁରୁ: ଲାଜକୁଳା ସ୍ୱଭାବ ପାଇଁ ବେଶ୍ ପରିଚିତି ଲାଭ କରିଥିବା ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଡ୍ରାଭିଡ୍‌ଙ୍କୁ ଆସିଛି ପ୍ରେମ ଚିଠି। ତେବେ ଏହି ଚିଠି ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ସମାନ ଯୁବତୀ ତାଙ୍କୁ ଚିଠି ଲେଖିଛନ୍ତି। ଏକଥା ଡ୍ରାଭିଡ୍‌ଙ୍କୁ ଏକ ତରଫା ପ୍ରେମ କରି ବସିଥିବା ସୋମାଲି ବାଜପେୟୀ ନାମ୍ନୀ ଏହି ଯୁବତୀ ନିଜ ଟ୍ୱିଟର ହ୍ୟାଣ୍ଡଲ୍‌ରେ ଲେଖିଛନ୍ତି।


ସେ ଲେଖିଛନ୍ତି ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ଡ୍ରାଭିଡ୍‌ଙ୍କୁ ଏକ ଚିଠି ଲେଖିଥିଲେ। କେହି ଜଣେ ବିଶ୍ୱାସ ଦେଇଥିଲା ତାହା ଠିକ୍‌ ଜାଗାରେ ପହଞ୍ଚିଯିବ। କିନ୍ତୁ ଏହା ଧରାପଡ଼ିଯାଇଥିଲା, ସମସ୍ତେ ଏହା ଦେଖି ହସିଥିଲେ ଏବଂ ସେ ବହୁତ କାନ୍ଦିଥିଲେ। ୨୦୧୫ ମସିହାରେ ପୁଣି ଚିଠି ଲେଖିଥିଲେ ବୋଲି ମଧ୍ୟ ଦର୍ଶାଇଛନ୍ତି।

ଏଥରକୁ କିନ୍ତୁ ଡ୍ରାଭିଡ୍‌ କେବଳ ପଢ଼ିନଥିଲେ, ଉତ୍ତର ମଧ୍ୟ ରଖିଥିଲେ। ଏହି ଭିଡିଓକୁ ନିଜ ରୁମ୍‌ରେ ଏକୁଟିଆ ଦେଖିଥିବାର ମୁହୂର୍ତ୍ତ ଏପର୍ଯ୍ୟନ୍ତ ତାଙ୍କର ମନେ ଅଛି ବୋଲି ସୋମାଲି କହିଛନ୍ତି। ସେହି ଶବ୍ଦ ସବୁ ଏବେ ମଧ୍ୟ ତାଙ୍କର ହୃତ୍‌ସ୍ପନ୍ଦନ ବଢ଼ାଇଦିଏ ବୋଲି ସେ ଜଣାଇଛନ୍ତି।


ସେ ଡ୍ରାଭିଡ୍‌ଙ୍କ ସଦ୍‌ଗୁଣ ସବୁ ବାବଦରେ ପ୍ରଶଂସା କରିବା ସହିତ ନିଶ୍ଚୟ ଭେଟିବାକୁ ଉତ୍ସୁକତାର ସହିତ ଅପେକ୍ଷା କରିଥିବା ଜଣାଇଛନ୍ତି। ଭେଟ ହେଲେ ସେ ତାଙ୍କୁ ମୋମୋ ଖୁଆଇବେ ଏବଂ କଫି ପିଆଇବେ ବୋଲି ମଧ୍ୟ କହିଛନ୍ତି।

ସେ କହିଛନ୍ତି ଡ୍ରାଭିଡ୍‌ ତାଙ୍କ ପ୍ରେରଣା ଏବଂ ସ୍ୱପ୍ନ। କାରଣ ଡ୍ରାଭିଡଙ୍କ ପାଇଁ ହିଁ ସେ କ୍ରିକେଟ୍‌ ପ୍ରେମରେ ପଡ଼ିଥିଲେ। ସବାଶେଷରେ ସେ ଲେଖିଛନ୍ତି, “ଦେଖ ଯଦି ପୁଣି ବିବାହ କରିବା ସମ୍ଭବ ହେଇପାରୁଛି।”

ମଜାଦାର କଥା ହେଉଛି ଡ୍ରାଭିଡ୍‌ ଟ୍ୱିଟର୍‌ରେ ନାହାନ୍ତି ବୋଲି କିଛି ଟ୍ୱିଟର ବ୍ୟବହାରକାରୀ ଚିନ୍ତାପ୍ରକଟ କରିଛନ୍ତି। ଏପରିକି କିଛି ପ୍ରଶଂସକ ଏହି ଚିଠିକୁ ଡ୍ରାଭିଡ୍‌ଙ୍କ ପାଖରେ ପହଞ୍ଚାଇବାପାଇଁ ଡ୍ରାଭିଡ୍‌ଙ୍କ ସାଥୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଏବଂ ବିସିସିଆଇକୁ ଟ୍ୟାଗ୍‌ କରିଛନ୍ତି।



from Odisha Reporter http://bit.ly/2FlOwnK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages