
ଭୁବନେଶ୍ୱର(ଓଡ଼ିଶା ରିରୋର୍ଟର):ହିନ୍ଦୁ ଧର୍ମରେ ପୂଜା ପାଠର ମହତ୍ୱ ରଖେ। ଏମିତିରେ ଭଗବାନ୍ଙ୍କୁ ଶ୍ରଦ୍ଧା ଓ ଭକ୍ତି ମାଧ୍ୟମରେ ସନ୍ତୁଷ୍ଟ କରାଯାଏ। କିନ୍ତୁ ରିତୀନୀତି ତଥା ମାନ୍ୟତା ଅନୁଯାୟୀ ପୂଜାରେ ଧୂପ,ଦୀପ, ଫୁଲ, ଭୋଗ ଠାକୁରଙ୍କ ନିକଟରେ ଅର୍ପଣ କରାଯାଏ। ତେବେ ପୌରାଣିକ ସିଦ୍ଧାନ୍ତ ଅନୁଯାୟୀ ପ୍ରତି ଠାକୁରଙ୍କ ପସନ୍ଦ ଭିନ୍ନ ଭିନ୍ନ ମଧ୍ୟ ରହିଛି। ତେଣୁ ସବୁ ଠାକୁରଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାର ଫୁଲ ଅର୍ପଣ କରାଯାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଠାକୁରଙ୍କ ପ୍ରିୟ କେଉଁ ଫୁଲ।

ଶ୍ରୀ ଗଣେଶ: ଗଣେଶ ଠାକୁରଙ୍କ ପାଖରେ ତୁଳସୀ ଛାଡ଼ି ଆଉ ସବୁ ପ୍ରକାରର ଫୁଲ ଅର୍ପଣ କରାଯାଏ। ତେବେ ଆପଣ ଚାହିଁଲେ ତୁଳସୀ ବଦଳରେ ଦୁବ ଅର୍ପଣ କରି ପାରିବେ।

ଶିବ: ଭଗବାନ୍ ଶିବଙ୍କ ପସନ୍ଦ ଖୁବ୍ ସରଳ। ତାଙ୍କର ସୁଗନ୍ଧିତ ଫୁଲ ହେଉଛି ପ୍ରିୟ। ତେବେ ଆପଣ ଶିବଙ୍କ ନିକଟରେ ଚମେଲୀ, ଶ୍ୱେତ କମଳ, ଦୁଦୁରା, ପଳାଶ, ବେଲପତ୍ର, କେଶର, ନାଗଚମ୍ପା ଅର୍ପଣ କରି ପାରିବେ।

ବିଷ୍ଣୁ: ଗଣପତି ବାବାଙ୍କଠୁ ପୂରା ବିପରୀତ ହେଉଛନ୍ତି ବିଷ୍ଣୁ ଠାକୁର। ବିଷ୍ଣୁଙ୍କର ତୁଳସୀ ହେଉଛି ଭାରି ପ୍ରିୟ। ଏହା ଛଡ଼ା ତାଙ୍କୁ ପଦ୍ମ, ଚମେଲୀ, ଚମ୍ପା, ମାଳତୀ ଖୁବ୍ ପସନ୍ଦ।

ହନୁମାନ: ପ୍ରଭୁ ହନୁମାନଙ୍କୁ ନାଲି ରଙ୍ଗ ପସନ୍ଦ। ଏପରିକି ଆପଣ ତାଙ୍କ ପାଖରେ ଯେଉଁ ଫୁଲ ଚାହିଁବେ ଅର୍ପଣ କରି ପାରିବେ।

ମା’ ପାର୍ବତୀ: ସାଧାରାଣତଃ ଯେଉଁ ଫୁଲ ଶିବଙ୍କର ପ୍ରିୟ ତାହା ହିଁ ମା’ ପାର୍ବତୀଙ୍କ ପସନ୍ଦ। ଏହାଛଡ଼ା ସବୁ ଲାଲ୍ ଓ ସୁଗନ୍ଧିତ ଫୁଲ ମା’ ପାର୍ବତୀଙ୍କ ନିକଟରେ ଲାଗି ହୋଇପାରିବ।
ମା’ ଦୁର୍ଗା: ଦୁର୍ଗା ମା’ଙ୍କୁ ମନ୍ଦାର ଫୁଲ୍ ଖୁବ୍ ପସନ୍ଦ। କିନ୍ତୁ ମା’ଙ୍କ ଚରଣରେ କେବେ ଦୁବ ଅର୍ପଣ କରିବେ ନାହିଁ।
from Odisha Reporter http://bit.ly/2RiNSOf
No comments:
Post a Comment