୩୭ ଲ୍ୟାମ୍ପ୍ସ ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁ କଲା ଭିଜିଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

୩୭ ଲ୍ୟାମ୍ପ୍ସ ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁ କଲା ଭିଜିଲାନ୍ସ

paddy-in-mandi

ଜୟପୁର (ଓଡ଼ିଶା ରିପୋର୍ଟର): ମଣ୍ଡି ପରିଚାଳନାରେ ବ୍ୟାପକ ଅର୍ଥ ଆତ୍ମସାତ ହୋଇଛି। ଏହି ଘଟଣାରେ ମାମଲା ରୁଜୁ କରିଛି ଜୟପୁର ଭିଜିଲାନ୍ସ ବିଭାଗ। ଅବିଭକ୍ତ କୋରାପୁଟ ଜିଲ୍ଲାର ୩୭ ଜଣ ଲ୍ୟାମ୍ପସ ଏମ୍‌ଡିଙ୍କ ବିରୋଧରେ ଏ ସଂକ୍ରାନ୍ତ ମାମଲା ହୋଇଛି। ସରକାରଙ୍କ ବିନା ମଞ୍ଜୁରିରେ ମଣ୍ଡି ପରିଚାଳନା ବାବଦରେ ଅଧିକ ଖର୍ଚ୍ଚ କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା। କାଗଜପତ୍ର ଯାଞ୍ଚ ପରେ ପ୍ରମାଣକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ସମ୍ପୃକ୍ତ ଲ୍ୟାମ୍ପସ ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୦୧୨-୧୩ରୁ ୨୦୧୪-୧୫ ମଧ୍ୟରେ ୪୮ଟି ଲ୍ୟାମ୍ପସକୁ ମଣ୍ଡିରୁ ଧାନ କିଣିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ମଣ୍ଡିରେ ଧାନ କିଣିବା ବେଳେ ଚାଷୀଙ୍କ ଧାନ ବସ୍ତାରୁ ଖୋଲିବା, ଓଜନ କରିବା ଓ ପରେ ଏହାକୁ ମିଲର୍‌ଙ୍କ ବସ୍ତାରେ ରିପ୍ୟାକିଂ କରିବା ପାଇଁ ସରକାର କ୍ୱିଣ୍ଟାଲ ପିଛା ୫ ଟଙ୍କା ୬୭ ପଇସା ସ୍ୱତନ୍ତ୍ର ଦର ଧାର୍ଯ୍ୟ କରିଥିଲେ। ହେଲେ ନିୟମ ଉଲ୍ଲଂଘନ କରି କ୍ୱିଣ୍ଟାଲ ପିଛା ୮ ଟଙ୍କା ୮ ପଇସା ଲେଖାଏଁ ଖର୍ଚ୍ଚ କରିଥିବା ଦେଖାଇଥିଲେ। ଏପରି ଭାବେ ଦୁଇ ବର୍ଷ ସରକାରଙ୍କ ୪ କୋଟି ୧୦ ଲକ୍ଷ ୩୬ ହଜାର ୨୭୯ ଟଙ୍କା ଅଧିକ ଖର୍ଚ୍ଚ ହୋଇଥିଲା। ଏହାକୁ ନେଇ ତନାଘନା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା।



from Odisha Reporter http://bit.ly/2MqP4t6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages