ଭବିଷ୍ୟତର ସଙ୍କଟ ସମ୍ପର୍କରେ କହିଥାଏ ଏହି ୫ ସଙ୍କେତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଭବିଷ୍ୟତର ସଙ୍କଟ ସମ୍ପର୍କରେ କହିଥାଏ ଏହି ୫ ସଙ୍କେତ!

man

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭବିଷ୍ୟତର ଘଟଣା ସମ୍ପର୍କରେ ବହୁ ପୂର୍ବରୁ କିଛି ନା କିଛି ସଙ୍କେତ ନିଶ୍ଚୟ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପଶ୍ଚିମ ଦିଗରେ ନାଲି ରଙ୍ଗ ଅଧିକ ଦେଖିଲେ ଶୁଭ ସଙ୍କେତ ମିଳିବାର ସମ୍ଭାବନା ରହିଛି। ଠିକ୍‌ ସେମିତି ରାତିରେ ପଶୁ ପକ୍ଷୀ ଚିତ୍କାର କଲେ, ଏହାକୁ ଅଶୁଭ ସଙ୍କେତ କୁହାଯାଏ।

ତେବେ ଆଜି ଆମେ ଏମିତି ୫ଟି ସଙ୍କେତ ବିଷୟରେ କହିବୁ, ଯାହା ଆଗକୁ ଘଟିବାକୁ ଥିବା କିଛି ସଙ୍କଟ ବା ଅଘଟଣ ସମ୍ପର୍କରେ ସଙ୍କେତ ଦେଇଥାଏ।

ମହୁମାଛି ବସା: ଯଦି ଘରେ ମହୁ ମାଛି ବାରମ୍ବାର ବସା କରନ୍ତି, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଘରେ ବୟସ୍କ ବ୍ୟକ୍ତି ବା ଘରର ମୁଖିଆଙ୍କ ସ୍ୱାସ୍ଥ୍ୟ ହାନି ହେବାର ପୂର୍ବ ସୂଚନା ମିଳିଥାଏ ବୋଲି କୁହାଯାଏ।

ଝିଟିପିଟି: ଘର କାନ୍ଥରେ ସାଧାରଣତଃ ଝିଟିପିଟି ଦେଖିବାକୁ ମିଳିଥା’ନ୍ତି। ଯଦି ଅଧିକ ପରିମାଣରେ ଝିଟିପିଟି ଦେଖାଯା’ନ୍ତି, ତାହା ହେଲେ ଭାବିବେ, ଏହା ଅଶୁଭ। ଏହି ସଙ୍କେତରୁ ଜଣାପଡ଼େ, ଆଗକୁ ପରିବାର ଲୋକେ ଅନାବଶ୍ୟକ ଚିନ୍ତାରେ ପଡ଼ି ପାରନ୍ତି।

ଠିକ୍‌ରେ ନିଦ ନ ହେବା: ଅନେକ ଥର ଶୋଇଲା ବେଳେ ଠିକ୍‌ରେ ନିଦ ହୁଏନି। ରାତି ସାରା କଡ଼ ଲେଉଟାଇ ଲେଉଟାଇ ସକାଳ ହୋଇଯାଏ। ଏପରି ସମସ୍ୟା ଦେଖାଦେଲେ, ନିକଟ ଭବିଷ୍ୟରେ ଆପଣଙ୍କ ସ୍ୱାସ୍ଥ୍ୟହାନି ଓ ଧନହାନିର ଆଶଙ୍କା ଥାଏ।

ଗହଣା ହଜିବା: ଶାସ୍ତ୍ର ଅନୁସାରେ, ଗହଣା ହଜିବା ବ୍ୟକ୍ତିଙ୍କ ପାଇଁ ଅଶୁଭ ହୋଇଥାଏ। ସୁନା ହଜିବା ଦ୍ୱାରା ଶରୀର ଓ ପ୍ରତିଷ୍ଠା ହାନିର ପୂର୍ବ ସଙ୍କେତ ମିଲେ ବୋଲି କୁହାଯାଏ।

ପୋଷା ଜୀବଜନ୍ତୁଙ୍କ ମୃତ୍ୟୁ: ଘରେ କୌଣସି ପୋଷା ଜୀବଜନ୍ତୁଙ୍କ ମରିବା ଆଦୌ ଶୁଭ ସଙ୍କେତ ନୁହେଁ। ଯଦି ଆପଣଙ୍କ ଘରେ ପୋଷା ଜୀବ ଜନ୍ତୁଙ୍କ ମୃତ୍ୟୁ ହୋଇଯାଏ, ତାହାହେଲେ ଘରେ ଦାରିଦ୍ର୍ୟ ଦେଖା ଦେଇଥାଏ।



from Odisha Reporter http://bit.ly/2DK7vGn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages