
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ରାସ୍ତାରେ ଗାଡ଼ି ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ ପାଇଁ ଅନେକ ଜୀବଜନ୍ତୁଙ୍କ ପ୍ରାଣ ଚାଲିଯାଏ। କିନ୍ତୁ ଏଥିପାଇଁ କାହାର ଧ୍ୟାନ ନ ଥାଏ। କିନ୍ତୁ ଗୁଜୁରାଟ ଜୁନାଗଡ଼ରେ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ରାସ୍ତାରେ ଚାଲିଯାଉଥିବା ଗାଈକୁ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ଜଣେ ଡ୍ରାଇଭରଙ୍କ ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଛନ୍ତି। ସିସିଟିଭି ଫୁଟେଜ୍ରେ କଏଦ୍ ହୋଇଥିବା ଏହି ଦୃଶ୍ୟ ଏବେ ଭାଇରାଲ୍ ହୋଇଛି।
ସିସିଟିଭି ଫୁଟେଜ୍ରେ ଟ୍ରକ ଡ୍ରାଇଭର ନିଜ ଜୀବନକୁ ବାଜି ଲଗାଇ ଗାଈର ଜୀବନ ବଞ୍ଚାଉଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓ କୌଣସି ଫିଲ୍ମର ସିନ୍ ଭଳି ଆପଣଙ୍କୁ ଲାଗିପାରେ। ଗାଈଟି ଚାଲି ଚାଲି ରାସ୍ତା ଉପରକୁ ଆସୁଛି। ଦ୍ରୁତ ଗତିରେ ଆସୁଥିବା ଗାଡିଟି ହଠାତ୍ ବ୍ରେକ୍ ମାରି ଅଟକି ଯାଉଛି। ଡ୍ରାଇଭରଙ୍କ ବ୍ରେକ୍ ମରିବା ଶୈଳୀ ବେଶ୍ ବିପଦପୂର୍ଣ୍ଣ ରହିଛି। ତଥାପି ଡ୍ରାଇଭର ଜଣଙ୍କ ଏମିତି ଏକ ରିସ୍କ ନେଉଛନ୍ତି। ଆଉ ସୌଭାଗ୍ୟକୁ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଉଛି ଗାଈ।
ସୋଶାଲ୍ ମିଡିଆରେ ଏହି ଭିଡିଓ ଦେଖିବା ପରେ ସମସ୍ତେ ଡ୍ରାଇଭରଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।
CCTV footage from Junagadh-Mendarda road. #Gujarat pic.twitter.com/IyykR8rRWj
— Zoo Bear (@zoo_bear) January 21, 2019
from Odisha Reporter http://bit.ly/2Wf5I3m
No comments:
Post a Comment