
ମାନିଲା: ଦକ୍ଷିଣ ଫିଲିପାଇନ୍ସ୍ରେ ଏକ ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚରେ ରବିବାର ଭୟଙ୍କର ବୋମା ବର୍ଷଣ କରାଯାଇଛି। ଏହି ବୋମା ବିସ୍ଫୋରଣରେ ପାଖାପାଖି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୁସଲିମ୍ ଉଗ୍ରପନ୍ଥୀମାନେ ଏହି ଅଭାବନୀକାଣ୍ଡ ଘଟାଇଥିବା ଜଣାପଡ଼ିଛି। ପ୍ରଥମ ବୋମା ମାଡ଼ ଜୋଲୁ କ୍ୟାଥୋଲିକ୍ ଚର୍ଚ୍ଚ ନିକଟରେ ଘଟିଥିବା ବେଳେ ପ୍ରଭିନ୍ସାଲ କ୍ୟାପିଟାଲ ନିକଟରେ ଆଉ ଏକ ବୋମା ବିସ୍ଫୋରଣ ଘଟିଛି।
ତେବେ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ମୃତକ ଓ ଆହତଙ୍କ ମଧ୍ୟରେ ଉଭୟ ସୁରକ୍ଷା କର୍ମୀ ଓ ସାଧାରଣ ଲୋକେ ଅଛନ୍ତି। କୁହାଯାଉଛି ଜୋଲୁ ଆଇଜ୍ଲ୍ୟାଣ୍ଡରେ ଅବୁ ସାୟାଫ୍ ନାମକ ଏକ ଉଗ୍ରପନ୍ଥୀ ଗୋଷ୍ଠୀ ସକ୍ରିୟ ଅଛି । ଯେଉଁ ସଙ୍ଗଠନ ଆମେରିକା ଏବଂ ଫିଲିପାଇନ୍ସ ସରକାରଙ୍କ ଦ୍ୱାରା କଳାତାଲିକାଭୁକ୍ତ ହୋଇଛି।
ଉକ୍ତ ସଙ୍ଗଠନ ବିଭିନ୍ନ ସମୟରେ ଫିଲିପାଇନ୍ରେରେ ହିଂସାକାଣ୍ଡ ଘଟାଉଛି। ଏହି ସଙ୍କଗଠନ ବୋମା ମାଡ଼, ଗୁଳିକାଣ୍ଡ, ଅପରହଣ ଓ ରାହାଜାନି ଆଦି ଯାବତୀୟ ହିଂସା ଘଟାଉଛି।
from Odisha Reporter http://bit.ly/2G05O9s
No comments:
Post a Comment