ସିବିଆଇ ମୁଖ୍ୟଙ୍କ ସପକ୍ଷରେ ରାୟ ପରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ସିବିଆଇ ମୁଖ୍ୟଙ୍କ ସପକ୍ଷରେ ରାୟ ପରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦରେ ବାଧ୍ୟତାମୂଳକ ଛୁଟିରେ ଥିବା ଆଲୋକ ବର୍ମାଙ୍କୁ ସୁପ୍ରିମକୋର୍ଟ ପୁଣି ଅବସ୍ଥାପିତ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଏହା ଏକ ଶକ୍ତ ଝଟ୍‌କା ହୋଇଥିବାରୁ ଏହି ପ୍ରସଙ୍ଗକୁ ଢାଲ କରି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ପୁଣିଥରେ ରାଫେଲ ଡିଲ୍‌ ପ୍ରସଙ୍ଗ ଉଠାଇ ମୋଦି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

ରାହୁଲ କହିଛନ୍ତି, “ ସିବିଆଇ ମୁଖ୍ୟ ରାଫେଲ ଡିଲ୍‌ର ତଦନ୍ତ କରିବାକୁ ବାହାରିଲା ବେଳେ ତାଙ୍କୁ ମୋଦି ସରକାର ରାତି ୧ଟାରେ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲେ।

ଏବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ସିଭିସି ଅକ୍ଟୋବର ୨୩ରେ ଜାରି କରିଥିବା ବିଜ୍ଞପ୍ତିକୁ ଖାରଜ କରିଦେଇଛନ୍ତି। ରାଫେଲ ଡିଲ୍‌ରେ ଦୁର୍ନୀତି କରିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେହି ବି ରକ୍ଷା କରିପାରିବେ ନାହିଁ। ଏବେ ଏହା ସ୍ପଷ୍ଟ ହୋଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ବନ୍ଧୁ ଅନୀଲ ଅମ୍ବାନୀଙ୍କୁ ୩୦ ହଜାର କୋଟି ଟଙ୍କା ପାଇବାରେ ସହଯୋଗ କରିଛନ୍ତି।”

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଆଲୋକ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରେ ପୁଣି ଅବସ୍ଥାପିତ କରିଥିଲେ ହେଁ ସେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିଛନ୍ତି।

ଅର୍ଥାତ ସିବିଆଇ ମୁଖ୍ୟ ଭାବେ ସେ କେବଳ ନିୟମିତ କାର୍ଯ୍ୟ କରିବେ।
ଏବେ ତାଙ୍କ ସମ୍ପର୍କରେ ଯାହା ବି ନିଷ୍ପତ୍ତି ଉଚ୍ଚ କ୍ଷମତାସମ୍ପନ୍ନ କମିଟି ହିଁ ନେବ। ଏହି କମିଟିରେ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ବିରୋଧୀ ଦଳ ନେତା ରହିଛନ୍ତି।

ସେହିପରି ଏମାନେ ଗୋଟିଏ ସପ୍ତାହ ମଧ୍ୟରେ ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ଜାନୁଆରୀ ୩୧ରେ ଶ୍ରୀ ବର୍ମାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ନିଷ୍ପତ୍ତି କେବେ ଏବଂ କେମିତି ଆସୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter http://bit.ly/2VCnTQk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages