
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରମପୂଜ୍ୟ ସ୍ୱାମୀ ରାମଦେବଜୀଙ୍କ ମାର୍ଗଦର୍ଶୀତ ଏକ ନିଃଶୁଳ୍କ ତ୍ରିଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ନିଳାଦ୍ରି ବିହାର, ଦୁର୍ଗାମଣ୍ଡପ ପଡ଼ିଆ ଯୋଗକେନ୍ଦ୍ର ଠାରେ ଅନୁଷ୍ଠିତ ହେବାକୁ ଯାଉଛି।
ସୂଚନା ମୁତାବକ ତା-୧୮.୦୧.୨୦୧୯ ତାରିଖ (ଶୁକ୍ରବାର) ଠାରୁ ତା- ୨୦.୦୧.୨୦୧୯ରିଖ(ରବିବାର) ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ଶିବିରରେ ଓଡ଼ିଶା ପତଞ୍ଜଳି ଯୋଗପୀଠର ମୁଖ୍ୟ ତଥା ବିଶିଷ୍ଟ ଯୋଗଗୁରୁ ଶ୍ରୀ ସୁଂଧାଶୁ ଶେଖର ଅଧିକାରୀ ପ୍ରତ୍ୟହ ସକାଳ ୫.୩୦ରୁ୭.୩୦ ପର୍ଯ୍ୟନ୍ତ ଯୋଗ ଶିକ୍ଷା ପ୍ରଦାନ କରିବେ। ଏହାସହ ଶିବିରରେ ଦୈନିକ ଯୋଗାଭ୍ୟାସ ଦ୍ୱାରା ନିଃରୋଗ ରହିବା ସହ ସୁସ୍ଥ ରହିବା ପାଇଁ ଆୟୁର୍ବେଦ ତଥା ଜଡ଼ିବୁଟି ଓ ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାରିତ ଭାବେ ଶିକ୍ଷା ଦିଆଯିବ। ଏହି ଯୋଗ ଶିବିରରେ ଯୋଗ ଦେବା ପାଇଁ ସବୁ ବର୍ଗର ଲୋକଙ୍କୁ ପତଞ୍ଜଳି ଯୋଗ କେନ୍ଦ୍ର ତରଫରୁ ଅନୁରୋଧ କରାଯାଇଛି ।
from Odisha Reporter http://bit.ly/2VV8DOs
No comments:
Post a Comment