ବିରାଟ୍‌ ବାହିନୀଙ୍କୁ ଶୁଭେଚ୍ଛା ଜଣାଇଲେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ବିରାଟ୍‌ ବାହିନୀଙ୍କୁ ଶୁଭେଚ୍ଛା ଜଣାଇଲେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: ଏସିଆର ପ୍ରଥମ ଦେଶ ଭାବେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ୨-୧ରେ ପରାସ୍ତ କରି ଟେଷ୍ଟ ସିରିଜ୍‌ ଜିତିଛି। ଏଥିସହ ଭାରତ ମଧ୍ୟ ଅଷ୍ଟ୍ରେଲିଆ ମାଟିରେ ଦୀର୍ଘ ୭୨ ବର୍ଷ ପରେ କୌଣସି ଟେଷ୍ଟ ସିରିଜ୍‌ ଜିତିବାର ରେକର୍ଡ କରିଛି। ଏଥିପାଇଁ ଟିମ୍‌ ଇଣ୍ଡିଆ ଏବଂ ଅଧିନାୟକ ବିରାଟ୍‌ କୋହଲିଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।

ଏହିକ୍ରମରେ ପାକିସ୍ତାନରୁ ମଧ୍ୟ ବିରାଟ୍‌ ଆଣ୍ଡ କୋଙ୍କ ପାଇଁ ବାର୍ତ୍ତା ଆସିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଟିମ୍‌ ଇଣ୍ଡିଆର ଏଭଳି ରେକର୍ଡ ବିଜୟ ପାଇଁ ବିରାଟ୍‌ ଆଣ୍ଡ କୋକୁ ଶୁଭେଚ୍ଛା ଏବଂ ପ୍ରଶଂସା କରିଛନ୍ତି।

ଇମ୍ରାନ୍‌ ଖାନ୍‌ ଟ୍ୱିଟ୍‌ କରି କହିଛନ୍ତି, “ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ ସିରିଜ୍‌ ଜିତି ଥିବାରୁ ବିରାଟ୍‌ ଏବଂ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଶୁଭେଚ୍ଛା।” ଏହା ପୂର୍ବରୁ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ମଧ୍ୟ ଟିମ୍‌ ଇଣ୍ଡିଆର ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ।



from Odisha Reporter http://bit.ly/2VzrIFO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages