
ମୁମ୍ବାଇ: ଗତବର୍ଷ ଏକ ଛୋଟ ଭିଡିଓ କ୍ଲିପ୍ରୁ ରାତାରାତି ଷ୍ଟାର ପାଲଟି ଯାଇଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର ବଲିଉଡ୍ରେ ଡେବ୍ୟୁ କରିବାକୁ ଏବେ ପୂରା ପ୍ରସ୍ତୁତ। ପ୍ରିୟାଙ୍କୁ ଖୁବ୍ ଶୀଘ୍ର ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍ଲୋ’ରେ ଦେଖିବାକୁ ମିଳିବ। ମାଲାୟାଲମ୍ ଫିଲ୍ମ‘ Oru Aadar Love’ର ଅଭିନେତ୍ରୀ ପ୍ରିୟାଙ୍କ ଏହି ପ୍ରଥମ ହିନ୍ଦୀ ଫିଲ୍ମର ଟିଜର ରିଲିଜ୍ ହୋଇଯାଇଛି। ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ। ଆଉ ଟ୍ରେଲର ରିଲିଜ୍ ପରେ ପ୍ରିୟାଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍ ବି କରାଯାଉଛି।
ଟିଜର ଦେଖିଲା ପରେ ସ୍ପଷ୍ଟ ଜଣା ପଡ଼ୁଛି ଯେ, ଫିଲ୍ମର କାହାଣୀ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀ ଓ ତାଙ୍କର ଦୁର୍ଘଟଣା ବଶତଃ ହୋଇଥିବା ମୃତ୍ୟୁର କହାଣୀ ଉପରେ ପର୍ଯ୍ୟବଶିତ। କିନ୍ତୁ ନା ଟ୍ରେଲରରେ ଶ୍ରୀଦେବୀଙ୍କ କେଉଁ ସମ୍ମାନରେ ଏହି ଫିଲ୍ମ ତିଆରି ହୋଇଥିବା ସମ୍ପର୍କରେ କିଛି ଟିପ୍ପଣୀ କରାଯାଇନାହିଁ। ଏପରିକି ଫିଲ୍ମ ନିର୍ମାତା ମଧ୍ୟ ଏ ବାବଦରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ଆଉ ଖାସ୍ ଏଇଥିପାଇଁ ଟ୍ରୋଲ୍ ହୋଇଛନ୍ତି ପ୍ରିୟା।

ଫିଲ୍ମର ଟିଜରରେ ଦେଖାଯାଇଛି ଯେ, କେମିତି ଶ୍ରୀଦେବୀ ଜଣେ ଖୁବ୍ ପ୍ରସିଦ୍ଧ ମହିଳା ଥିଲେ ଆଉ ଦେଶ ବିଦେଶରେ ତାଙ୍କର ଖୁବ୍ ଫ୍ୟାନ୍ ଫଲୋଇଂ ଥିଲା। ଏହାପରେ ଦେଖା ଯାଇଥିଲା ଯେ କେମିତି ଶ୍ରୀଦେବୀ ବାହାରକୁ ଖୁବ୍ ଖୁସି ଥିଲେ ଓ ଭିତରେ ଅଣ ନିଶ୍ୱାସି ହୋଇ ଯନ୍ତ୍ରଣା ଅନୁଭବ କରୁଥିଲେ। ଭିଡିଓରେ ଏକଥା ବି ଦେଖିବାକୁ ମିଳିଛି ଯେ, ଡ୍ରିଙ୍କ୍ କରିବା ପରେ ସେ ବାଥ୍ ଟବ୍ରେ ପଡ଼ି ତାଙ୍କର ମୃତ୍ୟୁ ହୋଇଯାଇଛି। ବାଥ୍ ଟବ୍ରେ ତାଙ୍କ ଗୋଡ଼ ବାହାରକୁ ବାହାରିଥିବାର ଏକ ଦୃଶ୍ୟ ମଧ୍ୟ ରହିଛି।
ଏହି ଦୃଶ୍ୟ ମାଧ୍ୟମରେ ନିର୍ମାତା ଫିଲ୍ମର ଲୋଗୋ ଦେଖାଇବାକୁ ଚେଷ୍ଟା କରିଛନ୍ତି। ଯେଉଁଥିରୁ ଜଣାପଡ଼ିଛି ଯେ, ଫିଲ୍ମର ପୂରା କାହାଣୀ ଶ୍ରୀଦେବୀଙ୍କ ଜୀବନ ଉପରେ ଆଧାରିତ।
ଟିଜର୍ ରିଲିଜ୍ ପରେ ଶ୍ରୀଦେବୀଙ୍କ ପ୍ରଶଂସକ ଓ ସ୍ୱାମୀ ବୋନୀ କପୁର ଫିଡ଼ିକି ଯାଇଛନ୍ତି। ବୋନୀ ନିର୍ଦ୍ଦେଶକଙ୍କୁ ଲିଗାଲ୍ ନୋଟିସ୍ ବି ପଠାଇଛନ୍ତି। କିନ୍ତୁ ନିର୍ଦ୍ଦେଶକ ଅବିକଳ ଶ୍ରୀଦେବୀଙ୍କ କାହାଣୀ ଦେଖେଇ ଏହା ତାଙ୍କ କାହାଣୀ ନୁହେଁ ବୋଲି କହିଛନ୍ତି।
ପିଙ୍କ୍ୱାଲା ରିପୋର୍ଟ ମୁତାବକ ଯେତେବେଳେ ପ୍ରିୟା ପ୍ରକାଶଙ୍କୁ ଫିଲ୍ମଟି ଶ୍ରୀଦେବୀଙ୍କ ଜୀବନ ଆଧାରିତ ନା ନାହିଁ ପଚରା ଯାଇଥିଲା। ପ୍ରିୟା କହିଥିଲେ- ‘‘ଏହା ତାଙ୍କ ଜୀବନ ଉପରେ ଆଧାରିତ ନା ନାହିଁ ଫିଲ୍ମ ଦେଖିଲେ ଆପଣ ଜାଣିପାରିବେ। ମୁଁ ତ କେବଳ ଜଣେ ସୁପରଷ୍ଚାରଙ୍କ ଚରିତ୍ରରେ ଅଭିନୟ କରୁଛି। ଯାହାର ନାଁ ‘ଶ୍ରୀଦେବୀ ବଙ୍ଗ୍ଲୋ’। ଆଉ ଏହା ମୋର ପ୍ରଥମ ହିନ୍ଦୀ ଫିଲ୍ମ ହୋଇଥିବାରୁ ଏଥିପାଇଁ ମୁଁ ବହୁତ ଉତ୍ସାହିତ ଅଛି, ନର୍ଭସ ମଧ୍ୟ।’’
from Odisha Reporter http://bit.ly/2Ruvhif
No comments:
Post a Comment