
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି)ର ନିୟମ ଅନୁସାରେ ବର୍ତ୍ତମାନ ଯେଉଁ ବ୍ୟବସାୟୀ ବର୍ଷକୁ ୨୦ ଲକ୍ଷ ବା ତା’ଠାରୁ ଅଧିକ ମୂଲ୍ୟର କାରବାର କରୁଛନ୍ତି ସେମାନେ ଜିଏସ୍ଟିରେ ନିଜକୁ ପଞ୍ଜିକୃତ କରାଇବେ। ଯଦି ଏହି ୨୦ ଲକ୍ଷ ସ୍ତରକୁ ୪୦ ଲକ୍ଷଟଙ୍କାକୁ ବଢ଼ାଇ ଦିଆଯାଏ ତେବେ ପ୍ରାୟ ୬୦ ପ୍ରତିଶତ ବ୍ୟବସାୟୀ ତଥା ଡିଲର ଏହି ଜିଏସ୍ଟି ପଞ୍ଜିକରଣରୁ ବାଦ୍ ପଡ଼ିବେ। କିନ୍ତୁ ଏହା ଦ୍ୱାରା ସରକାରଙ୍କ ରାଜସ୍ୱ ଆଦାୟକୁ ସେତେ ମାତ୍ରାରେ ପ୍ରଭାବିତ କରିବ ନାହିଁ। ଅର୍ଥମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି।
ସୂଚନା ଅନୁସାରେ ୨୦୧୮ ମାର୍ଚ୍ଚ ବେଳକୁ ଭାରତରେ ମୋଟ ୮୭ ଲକ୍ଷ ପଞ୍ଜିକୃତ ଡିଲର ଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫ ଲକ୍ଷ ବ୍ୟବସାୟୀ ବର୍ଷକୁ ୨୦ ଲକ୍ଷ ବା ତା ଠାରୁ କମ୍ ମୂଲ୍ୟର କାରବରା କରୁଛନ୍ତି। ସେହିପରି ୧୦ ଲକ୍ଷ ବ୍ୟବସାୟୀ ବାର୍ଷିକ ୪୦ ଲକ୍ଷ ପର୍ଯ୍ୟନ୍ତ କାରବାର କରୁଛନ୍ତି।
ଏହି ଦୃଷ୍ଟିରୁ ଜିଏସ୍ଟି ପରିଷଦ ବୈଠକରେ ଯଦି ୨୦ ଲକ୍ଷ ସୀମାକୁ ୪୦ ଲକ୍ଷ ଟଙ୍କା କରିଦିଆ ଯାଏ ତେବେ ଟିକସ ଆଦାୟରେ ବିଶେଷ ଫରକ ପଡ଼ିବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।
from Odisha Reporter http://bit.ly/2HdAPcm
No comments:
Post a Comment