ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ୍‌

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ଯାଏ ଚାଲିବ। ସେହିପରି ମୋଦି ସରକାର ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ପୁଣିଥରେ ବଜେଟ୍‌ ଉପସ୍ଥାପନ କରିବେ। ତେବେ ଏହା ପୂର୍ଣ୍ଣ ବଜେଟ୍‌ ବଦଳରେ ଅନ୍ତରୀଣ ବଜେଟ୍‌ ଭାବେ ଉପସ୍ଥାପନ ହେବ। ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଯୁଗ୍ମ ସଦନରେ ଏଭଳି ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବେ।

କ୍ୟାବିନେଟ୍‌ କମିଟି ଅଫ୍‌ ପଲଟିକାଲ ଆଫାୟାର୍ସ (ସିସିପିଏ)ର ଏକ ବୈଠକରେ ଏଭଳି ନିଷ୍ପତ୍ତି ନେଇଛି। ଲୋକସଭା ନିର୍ବାଚନ ଏପ୍ରିଲ-ମେ’ ମାସରେ ହେବାକୁ ଥିବା ବେଳେ ଏଥର ବଜେଟ୍‌ରେ କେନ୍ଦ୍ର ସରକାର କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ, ମହିଳା ଉଦ୍ୟୋଗୀ ଓ ଚାଷୀଙ୍କୁ ଫୋକସରେ ରଖି ବଜେଟ୍‌ ଉପସ୍ଥାପନ କରିବେ ବୋଲି ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି। ଏଥିସହ ବିପିଏଲ୍‌ ପରିବାରଙ୍କ ପାଇଁ ମଧ୍ୟ ମୋଦି ସରକାର ବଡ଼ ଘୋଷଣା କରିପାରନ୍ତି।

ଅନ୍ତରୀଣ ବଜେଟ୍‌ ପ୍ରାୟତଃ ପୂର୍ଣ୍ଣ ବଜେଟ୍‌ ସହ ସମାନ। ଏହି ଅନ୍ତରୀଣ ବଜେଟ୍‌ରୁ ଚଳିତ ଆର୍ଥିକ ବର୍ଷର ସ୍ଥିତି ନିରୂପଣ ହେବ।

୨୦୧୪ ଫେବୃଆରୀ ମାସରେ ୟୁପିଏ ସରକାର ପକ୍ଷରୁ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଥିଲେ। ଏହାପରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜୁଲାଇ ମାସରେ ପୁଣିଥରେ ପୂର୍ଣ୍ଣ ବଜେଟ୍‌ ଉପସ୍ଥାପନ କରିଥିଲେ।



from Odisha Reporter http://bit.ly/2QxF8yz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages