ଅଜବ ରୋଗ, ମହିଳାଙ୍କ କାନକୁ ଶୁଭୁନି ପୁରୁଷଙ୍କ ସ୍ୱର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଅଜବ ରୋଗ, ମହିଳାଙ୍କ କାନକୁ ଶୁଭୁନି ପୁରୁଷଙ୍କ ସ୍ୱର !

ବେଜିଙ୍ଗ୍‌: ତାଙ୍କ କାନକୁ ସବୁ ଶୁଭେ, ହେଲେ ଶୁଭେନା ପୁରୁଷଙ୍କ ସ୍ୱର। ଅଜବ ଲାଗୁଥିଲେ ବି ଚୀନ୍‌ରେ ଜଣେ ମହିଳାଙ୍କ ପାଖରେ ଏମିତି ଶାରୀରିକ ବିକାର ଦେଖିବାକୁ ମିଳିଛି। କେବଳ ଉଚ୍ଚସ୍ୱରରେ କଥା ହେଉଥିବା ମହିଳାଙ୍କ କଣ୍ଠସ୍ୱର ସେ ଶୁଣିପାରନ୍ତି ବୋଲି କୁହନ୍ତି।

ବେଜିଂର ଜିଆମେନ୍‌ ସହରର ଚେନ୍‌। ବୟସ ପାଖାପାଖି ୪୦ ହେବ।  ତାଙ୍କର ଏମିତି ସ୍ୱଭାବ ପାଇଁ ଦିନେ ତାଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଥିଲା। ଡାକ୍ତାରଙ୍କ ପାଖରେ ଚେନ୍‌ଙ୍କ ବୟାନ୍‌ କିନ୍ତୁ ଥିଲା ପୂରା ଆଶ୍ଚର୍ଯ୍ୟ କରିଦେଲା ଭଳି। ସେ କହିଥିଲେ ସକାଳୁ ନିଦରୁ ଉଠିଲେ ତାଙ୍କୁ ନିଜ ପ୍ରେମିକଙ୍କ ସମେତ ଅନ୍ୟ କୌଣସି ପୁରୁଷଙ୍କ କଣ୍ଠସ୍ୱର ଶୁଭେନାହିଁ। ମହିଳାମାନଙ୍କ କଥା କିନ୍ତୁ ସେ ବାରିପାରନ୍ତ। ହେଲେ ତାଙ୍କ ସହ କଥା ହେଉଥିବା ମହିଳାମାନେ ବି ଉଚ୍ଚସ୍ୱରରେ କଥା ହେଲେ ତାଙ୍କୁ ଭଲ ଶୁଭେ ବୋଲି ସେ କୁହନ୍ତି।

ଏହି କଥା ଶୁଣିବାର ପରେ ଡାକ୍ତର ତାଙ୍କ କର୍ଣ୍ଣ ପରୀକ୍ଷା କରିଥିଲେ। ଏବେ ଅନୁମାନ କରାଯାଉଛି କି ଚେନ୍‌ ଏକ ବଡ଼ ରୋଗରେ ପଡିଛନ୍ତି। ଯାହାର ନାଁ ହେଉଛି “ରିଭର୍ସ-ସ୍ଲୋପ୍‌ ହିଅରିଂ ଲସ୍‌”। ଏହି ରୋଗ କାରଣରୁ ତାଙ୍କୁ ହାଇ ଫ୍ରିକ୍ୱେନ୍‌ସି ଶବ୍ଦ ଶୁଣାଯାଉ ନାହିଁ।

୧୩,୦୦୦ କର୍ଣ୍ଣ ରୋଗୀଙ୍କ ମଧ୍ୟରୁ ଜଣଙ୍କଠାରେ ଏ ଭଳି ବିଚିତ୍ର ସମସ୍ୟା ଦେଖାଯାଏ। ଡାକ୍ତରଙ୍କ ମତରେ, ଷ୍ଟ୍ରେସ୍‌ ଯୋଗୁଁ ଚେନ୍‌ଙ୍କର ଏଭଳି ପରିସ୍ଥିତି ଉପୁଜି ଥାଇପାରେ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କୁହନ୍ତି, ବିନା କୌଣସି ସମସ୍ୟାରେ ସେ ଶୁଣି ପାରୁଛନ୍ତି, କିନ୍ତୁ ଯୁବ ରୋଗୀମାନଙ୍କର କଥାବର୍ତ୍ତା ତାଙ୍କୁ ଶୁଭୁନାହିଁ। ଅଧିକାଂଶ ଡାକ୍ତର ହାଇ-ଫ୍ରକ୍ୱେନ୍‌ସି ଲସ୍‌ ଚିକିତ୍ସା ନିମନ୍ତେ ତାଲିମ ପାଇଥିବାରୁ ରିଭର୍ସ-ସ୍ଲୋପ୍‌ ହିୟରିଂ ଲସ୍‌ ଚିକିତ୍ସା କରିବା ସମ୍ଭବପର ନୁହେଁ।

 



from Odisha Reporter http://bit.ly/2QDS2Lr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages