ଜିଲ୍ଲା ପରିଷଦ ସଭ୍ୟାଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ, କହିଲେ ଗେଟ୍‌ ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଜିଲ୍ଲା ପରିଷଦ ସଭ୍ୟାଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ, କହିଲେ ଗେଟ୍‌ ଆଉଟ୍‌

ଭଦ୍ରକ(ଓଡ଼ିଶା ରିପୋର୍ଟର) ଜିଲ୍ଲା ପରିଷଦ ବୈଠକରେ ବିଜେଡି ବିଧାୟକ ଓ ବିଜେପି ଜିଲ୍ଲା ପରିଷଦ ସଭ୍ୟା ମୁହାଁମୁହିଁ । ପରସ୍ପର ଆକ୍ଷେପ ପ୍ରତିଆକ୍ଷେପ ପରେ ବୈଠକ ବର୍ଜନ କଲେ ତିନି ବିଜେପି ଜିଲ୍ଲା ପରିଷଦ ସଭ୍ୟ। ଆଜି ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ବୈଠକ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଏପରିକି ବୈଠକରେ ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ତାଙ୍କୁ ଗେଟ୍ ଆଉଟ କହିବା ସହ ବୈଠକରୁ ବାହାରି ଯିବାକୁ କହିଥିଲେ ବୋଲି ଅଭିଯଗ କରିଛନ୍ତି ଧୁଷୁରୀ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସ୍ୱାଇଁ।

ସେପଟେ ଦୁଇ ବିଜେଡି ବିଧାୟକ ଏ ଅଭିଯୋଗକୁ ଅସ୍ୱୀକାର କରିଥିବା ବେଳେ ସଂପୃକ୍ତ ଜିଲ୍ଲା ପରିଷଦ ସଭ୍ୟା ଜିଲ୍ଲାପାଳଙ୍କୁ ଅପମାନିତ କରିଥିବାରୁ ଘଟଣାକୁ ସେ ନିନ୍ଦା କରିଥିବା କହିଛନ୍ତି ବ୍ୟୋମକେଶ।



from Odisha Reporter http://bit.ly/2DJB5fa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages