
ନୂଆଦିଲ୍ଲୀ: ଭାରତୀୟ ହକି ଟିମ୍ର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହଙ୍କୁ ମିଳିଛି ନୂଆ ଦାୟିତ୍ୱ। ତାଙ୍କୁ ୧୩ ଜଣିଆ ସଦସ୍ୟ ବିଶିଷ୍ଟ ହକି ଇଣ୍ଡିଆ ଚୟନ କମିଟିରେ ସାମିଲ କରାଯାଇଛି। ୧୯୭୫ ମସିହା ବିଶ୍ୱ କପ୍ ବିଜେତା ଟିମ୍ର ସଦସ୍ୟ ବି.ପି ଗୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି।
ନୂଆ ଦାୟିତ୍ୱ ପାଇବା ପରେ ସର୍ଦ୍ଦାର କହିଛନ୍ତି,“ମୋତେ ନୂଆ ଦାୟିତ୍ୱ ନେଇ ପ୍ରସ୍ତାବ ଦିଆଯାଇଥିଲା। ମୁଁ ଏହି ପ୍ରସ୍ତାବକୁ ଗ୍ରହଣ କରିଛି। ଏହା ମୋ ପାଇଁ ଏକ ନୂଆ ଚ୍ୟାଲେଞ୍ଜ। ମୁଁ ଯେକୌଣସି ବାଟରେ ସବୁବେଳେ ଭାରତୀୟ ହକିର ସେବା କରିବାକୁ ପ୍ରସ୍ତୁତ ଅଛି।”
ସେ କହିଛନ୍ତି,“ଏ ଦାୟିତ୍ୱ ସଂପୂର୍ଣ୍ଣ ଭାବେ ଅଲଗା। ମୁଁ ବହୁ ବର୍ଷ ଧରି ଖେଳାଳି ଭାବେ ସୁଯୋଗ ପାଇଥିଲି। ବର୍ତ୍ତମାନ କିନ୍ତୁ ଯୋଗ୍ୟ ଖେଳାଳି ଚୟନ କରିବାକୁ ହେବ।”
ହକି ଇଣ୍ଡିଆ ଚୟନ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ହର୍ବିନ୍ଦର ସିଂହ, ସୟଦ ଅଲ୍ଲୀ, ଏ.ବି ସୁବୈହ, ଆର୍.ପି ସିଂହ, ରଜନୀଶ ମିଶ୍ରା, ଜୋୟଦୀପ କୌର, ସୁରେନ୍ଦର କୌର, ଅସୁନ୍ତ ଲାକ୍ରା, ଡାଭିଡ୍ ଜୋନ୍ ଓ ଉଭୟ ପୁରୁଷ ଏବଂ ମହିଳା ସିନିୟର ଟିମ୍ର କୋଚ୍।
ସର୍ଦ୍ଦାର ସିଂହ ୨୦୨୦ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଖେଳିବାକୁ ଚାହୁଁଥିଲେ। କିନ୍ତୁ ଗତବର୍ଷ ଏସିଆନ୍ ଗେମ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଖେଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।
from Odisha Reporter http://bit.ly/2APZhea
No comments:
Post a Comment