କେଉଁ ଦଳରେ ଯୋଗଦେବେ ଦିଲ୍ଲୀପ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

କେଉଁ ଦଳରେ ଯୋଗଦେବେ ଦିଲ୍ଲୀପ?

dilipray

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ବିଧାୟକ ଦିଲ୍ଲୀପ ରାୟ କେଉଁ ଦଳକୁ ଯିବେ? ତାକୁ ନେଇ ସସ୍‌ପେନ୍ସ ଲାଗି ରହିଥିଲା। କିନ୍ତୁ କିଛି ଦିନ ତଳେ ଦିଲ୍ଲୀପ ବିଜେଡିରେ ଯୋଗଦେବାକୁ ନେଇ ଆଲୋଚନା ହେଉଥିଲା। ମାତ୍ର ପ୍ରତିଷ୍ଠା ଦିବସରେ ଦିଲ୍ଲୀପ ବିଜେଡିରେ ଯୋଗଦେଲେନି। ଆଜି ରାଉରକେଲା ଫେରିଥିବା ବେଳେ ଦିଲ୍ଲୀପ ରାଜନୈତିକ କାର୍ଯ୍ୟପନ୍ଥା ନେଇ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି-“ବିଜେପିରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ରାଉରକେଲା ଆସିଛି ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ରାଉରକେଲା ଓ ରାଜ୍ୟବାସୀଙ୍କ ଭଲ ପାଇଁ ନିଷ୍ପତ୍ତି ନେବି। କୌଣସି ରାଜନୈତିକ ଦଳରେ ଯୋଗଦେବା ପାଇଁ ଏପର୍ଯ୍ୟନ୍ତ ସ୍ଥିର କରିନାହିଁ।”

ବିଜୟ ମହାପାତ୍ରଙ୍କ ସହିତ ମିଶି ନୂଆ ଦଳ ଗଠନ ନେଇ ସେ କହିଛନ୍ତି-“ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇନାହିଁ।”

ଦିଲ୍ଲୀପ ଆଜି ରାଉରକେଲାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ୱର୍ଦ୍ଧନା ଦିଆଯାଇଛି।



from Odisha Reporter http://bit.ly/2LKdXja

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages