ଜମ୍ମୁ-କଶ୍ମୀରରେ ପୁଣି ପାକିସ୍ତାନର ଗୁଳିମାଡ଼: ୬ ଦିନରେ ୩ଥର ଭାଙ୍ଗିଲା ସିଜ୍‌ଫାୟାର୍‌ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ଜମ୍ମୁ-କଶ୍ମୀରରେ ପୁଣି ପାକିସ୍ତାନର ଗୁଳିମାଡ଼: ୬ ଦିନରେ ୩ଥର ଭାଙ୍ଗିଲା ସିଜ୍‌ଫାୟାର୍‌ ନିୟମ

ଜମ୍ମୁ:  ପୁଣିଥରେ ନିୟନ୍ତ୍ରଣ ରେଖା(LOC) ପାର କଲା ପାକିସ୍ତାନ୍। ସିଜ୍‌ ଫାୟାର ନିୟମ ଉଲଙ୍ଘନ କରି ଜମ୍ମୁ-କଶ୍ମୀର କଠୁଆ ଓ ରାଜୌରି ଅଞ୍ଚଳରେ ପାକିସ୍ତାନ ଭାରତୀୟ ସୁରକ୍ଷା ବଳର ଫରୱାର୍ଡ ପୋଷ୍ଟକୁ ଟାର୍ଗେଟ କରି ଗୁଳିମାଡ଼ କରିଛି। ଏହାପରେ ଭାରତୀୟ ସେନା ମଧ୍ୟ ତାଙ୍କ ଉପରକୁ ଗୁଳିମାଡ଼ କରି ଏହାର କଡ଼ା ଜବାବ୍ ଦେଇଛି।

ଗତକାଲି ପାକିସ୍ଥାନ ରଜୌରି ଜିଲ୍ଲାର LOC ପାର୍ଶ୍ୱବର୍ତ୍ତୀ କଛି ଅଗ୍ରୀମ ଇଲାକାରେ ଗୁଳିମାଡ଼ କରିଥିଲା। ଏହା ବ୍ୟତୀତ ପାକିସ୍ତାନ ରେଞ୍ଜର୍ସର ଜବାନ୍‌ମାନେ କଠୁଆ ଜିଲ୍ଲାର ହିରାନଗର୍‌ଠାରେ ରହି ରହି ଅନେକ ଥର ଗୁଳିମାଡ଼ କରିଥିଲେ।

ଏହି ଗୁଳିକାଣ୍ଡର ପ୍ରତ୍ତିଉତ୍ତରରେ ବିଏସଏଫ୍ ସେନା ମଧ୍ୟ ପାକିସ୍ଥାନ ଜବାନଙ୍କ ଉପରକୁ ଗୁଳିମାଡ଼ କରିଥିଲା ସେପଟେ ପାକିସ୍ତାନର ଏଭଳି କାଣ୍ଡ ପରେ ଉଚ୍ଚ ଅଧୀକାରୀମନଙ୍କୁ ଏଲ୍‌ଓସି ଓ ବର୍ଡର ଉପରେ ସତର୍କତା ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ୬ ଦିନ ଭିତରେ ପାକିସ୍ତାନ ଉକ୍ତ ଅଞ୍ଚଳରେ ୩ ଥର ସିଜ୍‌ଫାୟାର୍ ନିୟମ ଉଲଙ୍ଗନ କରିଛି। ଗତ ମଙ୍ଗଳବାର ଦିନ ପାକ୍‌ର ଗୁଳିମାଡ଼ରେ ଜଣେ ଭାରତୀୟ ଯବାନ୍‌ ସହିଦ୍‌ ହୋଇଥିଲେ। ଏହାପରେ ପୁଣି ଗତକାଲି ପାଖା ପାଖି ଦିନ ୧ଟା ରୁ ୩ଟା ଭିତରେ ରାଜୌରୀ ଜିଲ୍ଲାରେ ଗୁଳିମାଡ଼ କରିଥିଲେ। ତେବେ ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।



from Odisha Reporter http://bit.ly/2Cyczfe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages