ଟେକ୍ନୋଲୋଜି ସାହାଯ୍ୟରେ ଠାବ କରି ଯାତ୍ରୀଙ୍କ ୱାଲେଟ୍‌ ଫେରାଇଲେ ଅଟୋଚାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଟେକ୍ନୋଲୋଜି ସାହାଯ୍ୟରେ ଠାବ କରି ଯାତ୍ରୀଙ୍କ ୱାଲେଟ୍‌ ଫେରାଇଲେ ଅଟୋଚାଳକ

ମୁମ୍ବାଇ: ମୁମ୍ବାଇ ଏବଂ ସେହିଭଳି ବଡ଼ବଡ଼ ସହରକୁ ନୂଆ ଆସୁଥିବା ଲୋକେ ସାବଧାନ ହୋଇ ନଚଳିଲେ ୱାଲେଟ୍‌ ଏବଂ ବ୍ୟାଗ୍‌ ଆଦି ଚୋରି ହୋଇଯିବାର ସମ୍ଭାବନା ଥାଏ। କିନ୍ତୁ ତାହିର ଜମାଦାର ନାମକ ଜଣେ ଅଟୋଚାଳକ ଏହି ଧାରଣାକୁ ଭୁଲ୍‌ ପ୍ରମାଣିତ କରି ଏବେବି ମାନବିକତା ବଞ୍ଚିଥିବା ପ୍ରମାଣ କରିଛନ୍ତି। ଥାଣେ ଜନ୍ମିତ ଏହି ଅଟୋଚାଳକ ନିଜ ସମ୍ପର୍କୀୟ ଏବଂ ଟେକ୍ନୋଲୋଜିର ସହାୟତାରେ ଯାତ୍ରୀଙ୍କ ହଜିଯାଇଥିବା ୱାଲେଟ୍‌ ଫେରାଇପାରିଛନ୍ତି।

ବ୍ରିଟେନ୍‌ରୁ ମୁମ୍ବାଇ ଆସିଥିବା ବିଶ୍ୱଜିତ ଲିମାୟେ ନାମକ ଜଣେ ପ୍ରବାସୀ ଭାରତୀୟ ଏବଂ ତାଙ୍କ ପତ୍ନୀ ଜମାଦାରଙ୍କ ଅଟୋ ଭଡ଼ା କରି ଥାଣେରୁ କଲ୍‌ୱା ନାକା ଯାଇଥିଲେ। ଅଟୋରୁ ଓହ୍ଲାଇବାର ୨୦ ମିନିଟ୍‌ ପରେ ତାଙ୍କର ମନେପଡ଼ିଲା ସେ ଅଟୋରେ ହିଁ ୱାଲେଟ୍‌ ଛାଡ଼ିଦେଇଛନ୍ତି, ଯେଉଁଥିରେ ୪,୫୦୦ ଟଙ୍କା, ବ୍ୟାଙ୍କ୍ କାର୍ଡ, ବ୍ରିଟେନ୍‌ ନାଗରିକ ଅନୁମତି, ଆଧାର କାର୍ଡ ଏବଂ ପ୍ୟାନ୍‌ କାର୍ଡ ଥିଲା।

ସେହି ସମୟରେ ସେପଟେ ଜମାଦାର ମଧ୍ୟ ୱାଲେଟ୍‌ ପାଇ କିପରି ଫେରାଇବେ ସେହି ଚିନ୍ତାରେ ପଡ଼ିଯାଇଥିଲେ। ଏଥିନେଇ ସେ ବାପା ମୁନିର ଜମାଦାରଙ୍କୁ ଜଣାଇବାପରେ ତାଙ୍କ ସମ୍ପର୍କୀୟ ଜିତେନ୍ଦ୍ର ଜୟସ୍ୱାଲଙ୍କ ସହାୟତା ଲୋଡ଼ିଥିଲେ।

ଜୟସ୍ୱାଲ ତଥ୍ୟ ଦେଖି ତାଙ୍କ ନାମରେ ଫେସବୁକ୍‌ ସର୍ଚ୍ଚ କରି ତାଙ୍କୁ ପାଇନଥିଲେ ଏବଂ ଫୋନ୍‌ ନମ୍ବରକୁ କଲ୍‌ କରିଥିଲେ ମଧ୍ୟ ଉତ୍ତର ପାଇନଥିଲେ। ଏହାପରେ ସେମାନେ ଏକ ଆପ୍ଲିକେସନ୍‌ର ସହାୟତା ନେଲେ ଯେଉଁଥିରେ ଫୋନ୍‌ ନମ୍ବର ସହିତ ବ୍ୟବହାରକାରୀଙ୍କ ସମ୍ପର୍କିତ ଅନ୍ୟ ତଥ୍ୟ ଏବଂ ଇମେଲ୍‌ ଆଇଡି ମଧ୍ୟ ଥାଏ। ସେଠାରୁ ସେମାନେ ଲିମାୟେଙ୍କ ଇମେଲ ଆଇଡି ପାଇଥିଲେ।

ୱାଲେଟ୍‌ ପାଇବେ ବୋଲି ଆଶା ଛାଡ଼ି ଦେଇଥିବା ଲିମାୟେ କୌଣସି କାମରେ ଇମେଲ୍‌ ଆଇଡି ଲଗ୍‌ ଇନ୍‌ କରି ଦେଖନ୍ତି ତ ଗୋଟିଏ ଅଜଣା ଆଇଡିରୁ ମେଲ୍‌ ଆସିଛି। ସେହି ମେଲ୍‌ରେ ନମ୍ବର ଦିଆନିଆ କରି ଜମାଦାରଙ୍କ ସହ ଭେଟ ହେଲେ। ଜମାଦାର ୱାଲେଟ୍‌ଟିକୁ ଅକ୍ଷତ ଅବସ୍ଥାରେ ଫେରାଇଥିଲେ ମଧ୍ୟ ପ୍ରତିବଦଳରେ କିଛି ନେବାକୁ ରାଜି ହୋଇନଥିଲେ। ଜମାଦାର କହିଥିଲେ, ମୁଁ କେବଳ ମୋ କର୍ତ୍ତବ୍ୟ କରୁଛି।

ଏହି ଘଟଣା ବାବଦରେ ଜମାଦାର କୁହନ୍ତି, “୫ ବର୍ଷ ହେଲା ଅଟୋ ଚଲେଇଲିଣି, କିନ୍ତୁ ଏମିତି ଦାମୀ ଜିନିଷ କେହି ମୋ ଅଟୋରେ ଛାଡ଼ିନଥିଲେ। ମୋ ଅନ୍ତରରୁ ଯାହା ଆସିଲା ମୁଁ ତାହା କଲି। ମୋ ବାପା ମଧ୍ୟ ସେପରି କରିବାକୁ ପ୍ରୋତ୍ସାହନ ଦେଇଥିଲେ।”



from Odisha Reporter http://bit.ly/2GWCz9A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages