ଫ୍ଲାଇଟ୍‌ରେ ଯାତ୍ରା କଲା ପକ୍ଷୀ, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଫ୍ଲାଇଟ୍‌ରେ ଯାତ୍ରା କଲା ପକ୍ଷୀ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ବିମାନରେ ପକ୍ଷୀଟିଏ ବିଦେଶ ଯାତ୍ରା କରୁଥିବା କଥା ଶୁଣିଲେ ଅନେକ ଆଶ୍ଚର୍ଯ୍ୟ ହେବେ। ଆଉ କେହି ଈର୍ଷା ବି କରିପାରନ୍ତି। କିନ୍ତୁ କଥାଟି କେବଳ ସତ ନୁହେଁ, ବରଂ ଫ୍ଲାଇଟ୍‌ର ବିଜିନେସ୍‌ କ୍ଲାସ୍‌ରେ ପକ୍ଷୀଟିର ବିଦେଶ ଯାତ୍ରାର ଭିଡିଓ ଏବେ ସୋଶାଲ୍‌ ମଡିଆରେ ବେଶ୍ ଭାଇରାଲ୍‌ ହେଉଛି।

ସିଙ୍ଗାପୁର ଏୟାର୍‌ଲାଇନ୍‌ସ୍‌ର ଏକ ଫ୍ଲାଇଟ୍‌ରେ ପକ୍ଷୀଟି ସିଙ୍ଗାପୁରରୁ ଲଣ୍ଡନ୍‌ ଯାଇଥିଲା। ପ୍ରାୟତଃ ଦକ୍ଷିଣ ଏସିଆର କୁହାଯାଉଥିବା ଏହି କଳା ରଙ୍ଗର ପକ୍ଷୀକୁ ବିମାନ ଭିତରେ ଦେଖି ପ୍ରଥମେ ବିମାନର କ୍ରିୟୁ ଓ ଯାତ୍ରୀମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପକ୍ଷୀଟି ବିମାନ ଭିତରେ ପ୍ରାୟ ୧୨ ଘଣ୍ଟା ଧରି ଯାତ୍ରୀମାନଙ୍କ ସହ ବିଜିନେସ୍‌ କ୍ଲାସ୍‌ରେ ରହିଥିଲା। ବିମାନର କ୍ରିୟୁ ସଦସ୍ୟ ପକ୍ଷୀଟିକୁ ଯେବେ ଧରିବାକୁ ଚେଷ୍ଟା କରୁଥିଲେ, ସେ ଉଡ଼ି ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ପରେ ଅବଶ୍ୟ କ୍ରିୟୁ ଓ କିଛି ଯାତ୍ରୀ ମିଶି ପକ୍ଷୀଟିକୁ ଧରିବାରେ ସମର୍ଥ ହୋଇଥିଲେ। ଦେଖନ୍ତୁ ଭିଡିଓ।

ବିମାନ ଭିତରକୁ ପକ୍ଷୀଟି କିପରି ଆସିଥିଲା, ତାହା ଏଯାଏ ଜଣାପଡ଼ି ନାହିଁ। ତେବେ ବିମାନ ଲ୍ୟାଣ୍ଡ୍‌ କରିବା ପରେ ପକ୍ଷୀଟିକୁ ପକ୍ଷୀ ଅଧିକାର ବିଭାଗକୁ ହସ୍ତାନ୍ତର କରାଯାଇଥିଲା।



from Odisha Reporter http://bit.ly/2T4I33T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages