
ଥାନେ: କୁଖ୍ୟାତ ଆତଙ୍କବାଦୀ ଆଇଏସ୍ଆଇଏସ୍ ସଂଗଠନ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ପୁଣି ଜଣେ ଯୁବକଙ୍କୁ ଥାନେ ଏଟିଏସ୍ ଗିରଫ କରିଛି। ଏହି ଯୁବକ ଜଣଙ୍କ ବିଭିନ୍ନ ବିଷାକ୍ତ ଗ୍ୟାସ୍ ପ୍ରୟୋଗ ଜରିଆରେ ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା।
ଥାନେ ଜିଲ୍ଲା ଅନ୍ତର୍ଗତ ମୁବ୍ରାଠାରୁ ଏହି ଯୁବକଙ୍କୁ ଏଟିଏସ ଶନିବାର ରାତିରେ ଗିରଫ କରିଛି। ତା’ଠାରୁ ଲ୍ୟାପଟପ୍, ହାର୍ଡଡିସ୍କ, ପେନ୍ ଡ୍ରାଇଭ୍,ରାଉଟର, ମୋବାଇଲ ଓ ଡାଏରୀ ଜବତ କରାଯାଇଛି।
ଜାନୁଆରୀ ୨୧-୨୨ରେ ଏଟିଏସ୍ ଔରଙ୍ଗାବାଦର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଇଏସ୍ଆଇଏସ୍ ସହ ସମ୍ପର୍କ ରଖିଥିବା ୮ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକଙ୍କୁ ଅଟକ ରଖିଥିଲା। ସେମାନଙ୍କୁ ଜେରା କରିବା ସମୟରେ ଏଟିଏସ୍ ମୁବ୍ରାର ଯୁବକଙ୍କ ସମ୍ପର୍କରେ ସୂଚନା ଓ ତଥ୍ୟ ପାଇଥିଲା।
from Odisha Reporter http://bit.ly/2B4MCUP
No comments:
Post a Comment