
ଆବଶ୍ୟକ ସାମଗ୍ରୀ: ସିମେଇ, ଦେଶୀ ଘିଅ, ଶାହି ଜିରା, ୨ଟି ତେଜପତ୍ର, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ଷ୍ଟାର ଫୁଲ୍, ଲବଙ୍ଗ, ପାନମଧୁରୀ, କଞ୍ଚାଲଙ୍କା, ପୁଦିନା ପତ୍ର, ପିଆଜ, କେସର, ରସୁଣ ପେଷ୍ଟ, ୧ ଚାମଚ ଅଦା ପେଷ୍ଟ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ର ଗରମ କରି ଏଥିରେ ଗୋଟା ଗୋଲମରିଚ, ଡାଲଚିନି, ଅଳେଇଚ, ଲବଙ୍ଗ, ପାନମଧୁରୀ ପକାଇ ଶୁଖିଲା ଭାବେ ଭାଜନ୍ତୁ। ଏହାକୁ ଗ୍ରାଇଣ୍ଡରରେ ପେଶି ମସଲା ତିଆରି କରନ୍ତୁ। ବର୍ତ୍ତମାନ୍ ସିମେଇକୁ ଶୁଖିଲା ଭାଜି ଏହାକୁ ଏକ ପ୍ଲେଟ୍କୁ ବାହାର କରନ୍ତୁ। ଏବେ ଏକ ଡିସ୍ରେ ଅଳ୍ପ ତେଲ ଗରମ କରି ଏଥିରେ ସାହା ଜିରା, ତେଜପତ୍ର, କଞ୍ଚା ଲଙ୍କା, ପୁଦିନା ପତ୍ର, ପିଆଜ, ଲୁଣ ପକାଇ ଭାଜନ୍ତୁ। ଏବେ ଏଥିରେ ଚିକେନ୍, ବଟା ଅଦା ରସୁଣ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ମସଲା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏହାକୁ ଘୋଡ଼ାଇ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। ଏଥିରେ କଟା ଟମାଟୋ ପକାଇ କିଛି ସମୟ ଆହୁରି ସିଝିବାକୁ ଦିଅନ୍ତୁ। ଏଥିରେ ପାଣି, ଲୁଣ, ସିମେଇ ପକାଇ ଭଲ ଭାବେ ମିଶାନ୍ତୁ। ଏହା ପରେ ବିରିୟାନୀରେ ଭଲ ରଙ୍ଗ ଆଣିବା ପାଇଁ ଅଳ୍ପ କ୍ଷୀରରେ କେଶର ମିଶାଇ ଏହାକୁ ଉପରୁ ଚାରିଆଡ଼େ ପକାଇ ଡିସ୍କୁ ଢାଙ୍କି ଦିଅନ୍ତୁ। ଏବେ କିଛି ଅଟାକୁ ଚକଟି ଡିସ୍ର ଟାରିପଟ ବନ୍ଦ କରିଦିଅନ୍ତୁ। ପାଖାପାଖି ଅଧଘଣ୍ଟା ଦମ୍ ଦେବା ପରେ ଢାଙ୍କୁଣୀ କାଢ଼ି ଭଲଭାବେ ତଳ ଉପର କରି ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସିମେଇ ଚିକେନ୍ ବିରିୟାନୀ। ଏବେ ଏହାକୁ ଗରମ ଗରମ ଦହି ରାଇତା ସହ ପରଷନ୍ତୁ।
from Odisha Reporter http://bit.ly/2STdC0a
No comments:
Post a Comment