ଡାଲଚିନି ଗୁଣ୍ଡ ସହ କ୍ଷୀର ମିଶାଇ ପିଅନ୍ତୁ, କ୍ୟାନ୍‌ସର୍‌ ଓ ଡାଇବେଟିସ୍‌ରୁ ମିଳିବ ସୁରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଡାଲଚିନି ଗୁଣ୍ଡ ସହ କ୍ଷୀର ମିଶାଇ ପିଅନ୍ତୁ, କ୍ୟାନ୍‌ସର୍‌ ଓ ଡାଇବେଟିସ୍‌ରୁ ମିଳିବ ସୁରକ୍ଷା

dalchini

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ରୋଷେଇ ଘରେ ଏମିତି ଅନେକ ମସଲା ରହିଛି, ଯେଉଁଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି। ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ଏହି ସବୁ ମସଲା ମଧ୍ୟରୁ ଡାଲଚିନି ହେଉଛି ଅନ୍ୟତମ। ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି। ଆଉ ଡାଲଚିନିର ଗୁଣ୍ଡକୁ କ୍ଷୀରରେ ମିଶାଇ ପିଇଲେ, ଏହାର ଉପକାରିତା ଦୁଇ ଗୁଣା ବଢ଼ିଯାଏ।

ଏବେ ଆସନ୍ତୁ ଜାଣିବା, ଡାଲିଚିନି ଗୁଣ୍ଡକୁ କ୍ଷୀର ସହ ମିଶାଇ ପିଇଲେ ଶରୀରକୁ କି କି ଫାଇଦା ସବୁ ମିଳିଥାଏ।

  • ଡାଲ୍‌ଚିନି ଚୂର୍ଣ୍ଣକୁ କ୍ଷୀରରେ ମିଶାଇ ପିଇଲେ କ୍ଷୀରରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ବଢ଼ିଯାଏ। ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଥାଏ।
  • ଡାଲଚିନି ଗୁଣ୍ଡ ସହ କ୍ଷୀରର ମିଶ୍ରଣ ମଧୁମେହ ସମସ୍ୟା ଦୂର କରିବା ସହ ଇମ୍ୟୁନୋ ସିଷ୍ଟମ୍‌କୁ ବି ମଜବୁତ୍‌ କରିଥାଏ।
  • ଗଣ୍ଠି ଦରଜ ଓ ଅସ୍ଥି ଦୁର୍ବଳତାକୁ ଦୂର କରିବା ପାଇଁ କ୍ଷୀରରେ ଗୋଟିଏ ଚାମଚ ଡାଲ୍‌ଚିନି ଚୂର୍ଣ୍ଣ ଓ ଗୋଟିଏ ଚାମଚ ମହୁ ପକେଇ ପ୍ରତିଦିନ ପିଅନ୍ତୁ। ଏହା କର୍କଟ ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ।
  • ଡାଲ୍‌ଚିନି ମିଶ୍ରିତ କ୍ଷୀରରେ କର୍କଟ ରୋଗ ନିରାକରଣ ଗୁଣ ରହିଛି। ଏହା ପିଇଲେ ଗଳାର ସମସ୍ୟା ତଥା ଗଳା ଦରଜ ଓ ଗଳା ପଡ଼ିଯିବାରୁ ମୁକ୍ତି ମିଳିଥାଏ।

  • ଡାଲଚିନି ଗୁଣ୍ଡ ମିଶ୍ରିତ କ୍ଷୀର ଶରୀର ଓ କେଶର ବିଭିନ୍ନ ସମସ୍ୟାକୁ ସୁଧାରି ଦିଏ।
  • ଡାଇବେଟିସ୍‌ ଆକ୍ରାନ୍ତଙ୍କ ପାଇଁ ଡାଲଚିନି ଗୁଣ୍ଡ ସହ କ୍ଷୀର ମିଶାଇ ପିଇବା ଖୁବ୍ ଲାଭଦାୟକ। ଡାଲଚିନି ମିଶ୍ରିତ କ୍ଷୀର ବ୍ଲଡ୍‌ ସୁଗର ଲେବଲ୍‌କୁ ନିୟନ୍ତ୍ରଣ କରିଥାଏ।। ଖାସ୍‌ କରି ରାତିରେ ଶୋଇବା ପୂର୍ବରୁ ଆପଣ ଗୋଟିଏ କପ୍‌ ଡାଲଚିନି ଗୁଣ୍ଡ ମିଶ୍ରିତ କ୍ଷୀର ସେବନ କରନ୍ତୁ। ଏହା ଦ୍ୱାରା ଖୁବ୍‌ ଭଲ ନିଦ ହେବ।                                                                                                            ଡାଲଚିନି ଗୁଣ୍ଡ ଓ କ୍ଷୀରର ମିଶ୍ରଣ ତିଆରି କରିବା ପାଇଁ କ୍ଷୀରକୁ ସିଝାଇ ରଖନ୍ତୁ। ଏଥିରେ ଅଳ୍ପ ଡାଲଚିନି ଗୁଣ୍ଡ ପକାଇ ସିଝାଇ ଦିଅନ୍ତୁ। ତାକୁ ଅଧିକ ସିଝାଇବେନି। ଅଳ୍ପ ମିଠା କରିବା ପାଇଁ ଏଥିରେ ମହୁ ପକାଇ ପାରିବେ।

 



from Odisha Reporter http://bit.ly/2MF0pFS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages