୩ ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିବା ‘ଆହାର’ ଫିଙ୍ଗାଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

୩ ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିବା ‘ଆହାର’ ଫିଙ୍ଗାଗଲା

ସମ୍ୱଲପୁର (ସଞ୍ଜୟ ଜେନା): ୩୦୦୦ ଗରିବ ଲୋକଙ୍କ ମୁହଁରେ ‘ଆହାର’ ଦେବାପାଇଁ ରନ୍ଧା ଯାଇଥିଲା ଖାଦ୍ୟ। ହେଲେ ସେହି ଖାଦ୍ୟକୁ ଟ୍ରାକ୍ଟରରେ ବୁହାଯାଇ ଫିଙ୍ଗାଗଲା। ଏପରି ଘଟଣା ସମ୍ୱଲପୁରରେ ଘଟିଛି। ଏନେଇ ଖବର ପ୍ରକାଶ ପାଇବା ପରେ ସମ୍ୱଲପୁର ଜିଲ୍ଲାପାଳ ଘଟଣାର ତଦନ୍ତ କରି ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବା ପାଇଁ ମହାନଗର ନିଗମର ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ୱଲପୁର ଓ ବୁର୍ଲାରେ ଚାଲିଛି ୫ଟି ଆହାର କେନ୍ଦ୍ର। ଏହି କେନ୍ଦ୍ରଗୁଡ଼ିକରେ ପ୍ରାୟ ୩ ହଜାରରୁ ସାଢ଼େ ୪ ହଜାର ଲୋକ ଖାଦ୍ୟ ଖାଇଥାଆନ୍ତି। ସେଥିପାଇଁ ସମ୍ୱଲପୁରରେ ଥିବା ରୋଷଶାଳାରେ ଖାଦ୍ୟ ପ୍ରସ୍ତୁତ କରାଯାଇ ଆହାର କେନ୍ଦ୍ର ଗୁଡ଼ିକୁ ପଠାଯାଇଥାଏ। ମାତ୍ର ଏହି ଖାଦ୍ୟକୁ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ଭାରତ ବନ୍ଦ ଯୋଗୁ ଏପରି ଘଟିଥିବା ରୋଷଶାଳାର ମ୍ୟାନେଜର କହିଛନ୍ତି।

ଭାରତ ବନ୍ଦର ପ୍ରଥମ ଦିନ ୧୫୦୦ ଓ ଦ୍ୱିତୀୟ ଦିନରେ ୧୫୦୦ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଫିଙ୍ଗା ଯାଇଛି। ଲୋକେ ଖାଇବାକୁ ଆସିନଥିବାରୁ ଖାଦ୍ୟ ଫିଙ୍ଗାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଦୁଇ ଦିନ ଭାରତ ବନ୍ଦ ରହିବା ଖବର ଜାଣି ମଧ୍ୟ କାହିଁକି ଏତେ ପରିମାଣରେ ଖାଦ୍ୟ ରୋଷେଇ କରାଯାଇଥିଲା? ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାରୁ ପ୍ରକାଶ, ୫ଟି ଆହାର କେନ୍ଦ୍ର ପାଇଁ ପ୍ରତିଦିନ କେତେ ରନ୍ଧାଯିବ, ସେହି ନିଷ୍ପତ୍ତି ନେଇଥାଆନ୍ତି ସମ୍ୱଲପୁର ମହାନଗର ନିଗମର ଡେପୁଟି କମିଶନର। ତାଙ୍କ ନିଷ୍ପତ୍ତି ପରେ ରନ୍ଧା ଯାଇଥାଏ। ଯଦି କମିଶନର ନିଷ୍ପତ୍ତି ନିଅନ୍ତି, ତାହାହେଲେ ସେ କଣ ଜାଣିନଥିଲେ ଦୁଇ ଦିନ ଭାରତ ବନ୍ଦ ରହିବ ବୋଲି। ତାହାହେଲେ କାହିଁକି ପ୍ରତିଦିନ ସାଢ଼େ ୪ ହଜାର ଲୋକଙ୍କ ପାଇଁ ରୋଷେଇ ହେଉଥିଲା? ସେ ଚାହିଁଥିଲେ କମ୍‌ ରୋଷେଇ ହୋଇପାରିଥାଆନ୍ତା। ଏବେ ଏତେ ପରିମାଣର ଖାଦ୍ୟ ଫିଙ୍ଗା ଯିବା ଘଟଣାର ଉତ୍ତର ଦାୟିତ୍ୱ କିଏ ନେବେ? ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ଜିଲ୍ଲାପାଳ ତଦନ୍ତ ପାଇଁ ମହାନଗର ନିଗମର ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହାର ଖାଦ୍ୟ ପ୍ରସ୍ତୁତିରେ ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂଶ୍ଳିଷ୍ଟ ଅଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ସମ୍ୱଲପୁର ମହାନଗର ନିଗମର ଡେପୁଟି କମିଶନର ଘଟଣାର ତଦନ୍ତ କରି କାଲି ସୁଦ୍ଧା ରିପୋର୍ଟ ଜିଲ୍ଲାପାଳଙ୍କ ପାଖରେ ଜମା କରିବେ।



from Odisha Reporter http://bit.ly/2RKfmLS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages