
ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ଚୌଦ୍ୱାର କଜଳକଣା ନିକଟରେ ‘ନୀଳକଣ୍ଠ’ ନାମକ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।
ପୁଲିସ୍ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଚଳାଥିଲେ। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁ ଅଧିକ ଧନଜୀବନହାନୀକୁ ରୋକାଯାଇପାରିଥିଲା।
ବସ୍ଟି କଟକରୁ ଅନୁଗୋଳ ଯିବା ବେଳେ କଜଳକଣା ନିକଟରେ ଓଲଟି ପଡ଼ିଥିଲା। ରାସ୍ତା କାମ ପାଇଁ ଗଦା ହୋଇଥିବା ବାଲି ଉପରେ ଚଢ଼ିଯିବା ପରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
from Odisha Reporter http://bit.ly/2TahyKo
No comments:
Post a Comment