୧୦ ବର୍ଷ ପରେ ପାରାଦୀପ ବନ୍ଦରରେ ଲାଗିଲା ଯାତ୍ରୀବାହୀ ଜାହାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

୧୦ ବର୍ଷ ପରେ ପାରାଦୀପ ବନ୍ଦରରେ ଲାଗିଲା ଯାତ୍ରୀବାହୀ ଜାହାଜ

ଜଗତସିଂହପୁର (ରମାକାନ୍ତ ନାୟକ): ଦୀର୍ଘ ୧୦ ବର୍ଷ ପରେ ପାରାଦୀପ ବନ୍ଦରରେ ପହଞ୍ଚିଛି ଯାତ୍ରୀବାହୀ ଜାହାଜ ‘ସିଲ୍‌ଭର୍‌ ଡିସ୍‌କଭର୍‌’। ଆଜି ସକାଳେ ପ୍ରବଳ କୁହୁଡି ସତ୍ତ୍ୱେ ଜାହାଜଟି ବନ୍ଦର ଭିତରେ ପ୍ରବେଶ କରିଛି। ପରେ ପାରାଦୀପ ବନ୍ଦର ପକ୍ଷରୁ ଜାହାଜକୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏହି ଜାହାଜରେ ଆମେରିକା, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଭଳି ବିଭିନ୍ନ ଦେଶରୁ ୬୨ ଜଣ ପର୍ଯ୍ୟଟକ ଆସିଛନ୍ତି। ତାଙ୍କ ସହିତ ଜାହାଜରେ ୯୩ ଜଣ କର୍ମଚାରୀ ଅଛନ୍ତି। ପର୍ଯ୍ୟଟକମାନେ ରତ୍ନଗିରି, ଲଳିତଗିରି ସମେତ ଓଡ଼ିଶାର ଅନେକ ସ୍ଥାନ ବୁଲିବେ ଓ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଖାଇବେ।

ଓଡ଼ିଶାର ପରମ୍ପରା, ସଂସ୍କୃତିକୁ ବିଦେଶୀ ପର୍ଯ୍ୟଟକମାନେ ବେଶ ପ୍ରଶଂସା କରିଛନ୍ତି। ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଆଗାମୀ ଦିନରେ ନିୟମିତ ଭାବେ ଯାତ୍ରୀବାହୀ ଜାହାଜ ଆସିବା ସମ୍ଭାବନା ରହିଛି।



from Odisha Reporter http://bit.ly/2TgIjg3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages