
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତ ଦିନ ହେଉଛି ଉତ୍ସବର ଦିନ। ଅନେକ ପର୍ବ ପର୍ବାଣୀ, ପିକ୍ନିକ୍, ପାର୍ଟି ସବୁ ଏହି ଦିନରେ ହୋଇଥାଏ। ପ୍ରତ୍ୟେକ ଦେଶରେ ଏହି ଦିନେ କିଛିନା କିଛି ପର୍ବ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଉତ୍ସବ ସହ ଏହି ସମୟ କିଛି ରୋଗ ବି ସାଙ୍ଗରେ ଧରି ଆସିଥାଏ। କାରଣ ହେଉଛି ଶୀତଦିନେ ଦୁର୍ବଳ ଥିବା ଇମ୍ୟୁନିଟି। ଏହି ଦିନେ ଥଣ୍ଡା କାଶ, ଜର ଭଳି ରୋଗ ପ୍ରାୟ ସମସ୍ତଙ୍କୁ ହୋଇଥାଏ। ସେଥିପାଇଁ ଦେହକୁ ସବୁବେଳେ ଥଣ୍ଡା ମଧ୍ୟ ଅନୁଭୂତ ହୋଇଥାଏ।
ତେଣୁ ଏଥିରୁ ବଞ୍ଚିବା ପାଇଁ ମେଡିସିନ୍ ଅପେକ୍ଷା ଘରୋଇ ଉପଚାରର ସାହାଯ୍ୟ ନେବା ଖୁବ୍ ଭଲ। ଅଦା, ତୁଳସୀ, ମହୁ ସେବନ ହେଉ କି ଖାଇଲା ବେଳେ ଦୁଇ ଚାରି କୋଲା ରସୁଣ। ଏ ସବୁ ଶୀତ ଋତୁ ପାଇଁ ଖୁବ୍ ଭଲ। ତେବେ ଏହାର ଆଉ ଏକ ଭଲ ଉପଚାର ହେଉଛି କେଶର। ଖାଇବାର ସ୍ୱାଦ ଏବଂ ରଙ୍ଗ ବଦଳାଇବା ପାଇଁ ଆମେ କେଶର ବ୍ୟବହାର କରିଥାଉ। କିନ୍ତୁ ଏହା ରାନ୍ଧଣାରେ ଖୁବ୍ କମ୍ ବ୍ୟବହାୟ କରାଯାଏ। କାରଣ ଏହା ମସଲା ଭିତରେ ସବୁଠୁ ଦାମୀ।
ଶୀତ ଦିନେ ଥଣ୍ଡା ଓ କାସରୁ ରକ୍ଷା ପାଇବାକୁ ହେଲେ କେଶରର ପ୍ରୟୋଗ କରାଯାଏ। ଖାଦ୍ୟରେ ଏହାକୁ ମିଶାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଶରୀରରେ ଅନେକ ରୋଗକୁ ଭଲ କରିଥାଏ। କେଶର ଶରୀରକୁ ଗରମ ରଖିବା ସହିତ ଥଣ୍ଡା ଓ କାଶ ରୋକିବାରେ ଉପଯୋଗୀ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଶୀତଦିନେ କେମିତି ବ୍ୟବହାର କରିବେ କେଶର।
କେଶର ଚାହା: କେଶରର ଚାହା ତିଆରି କରିବା ଥଣ୍ଡା ଦିନରେ ଖୁବ୍ ଉପକାରୀ। ଏହା ଖାଇବା ହଜମ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏଥିରେ ଚାହିଁଲେ ଲବଙ୍ଗ, ଡାଲ୍ଚିନି ପକେଇ ପିଇପାରିବେ ଯାହା ପ୍ରାକୃତିକ ରୂପରେ ଗରମ ହୋଇଥାଏ। ଏହାସହ ଏଥିରେ ଗୁଜୁରାତି ଓ ଚାହାପତି ପକାଇ ମଧ୍ୟ ପିଇ ପାରିବେ।
ଗରମ କ୍ଷୀରରେ ମିଶାନ୍ତୁ: ଥଣ୍ଡାଦିନରେ ଏହାକୁ ଗରମ କ୍ଷୀରରେ ମିଶାଇ ପିଅନ୍ତୁ। ଏହାର ସୁଗନ୍ଧ ଓ ସ୍ୱାଦ ଥକାପଣ ଦୂର କରିବା ସହ ମାନସିକ ରୂପରେ ଶାନ୍ତି ଦେଇଥାଏ। ଯାହା ପାଇଁ ଆପଣଙ୍କୁ ଭଲ ନିଦ ହେବ।
ମୁଁଣ୍ଡରେ ଲଗାନ୍ତୁ: ଥଣ୍ଡା କାଶ ଭଳି ଲକ୍ଷଣରୁ ମୁକ୍ତି ପାଇବାକୁ ପୁରୁଣା ଘରୋଇ ଉପାୟ ଅବଲମ୍ବନ କରନ୍ତୁ। ଗରମ ପାଣିରେ କେଶରେ ମିଶାଇ ଏହା ମଥାରେ ଲଗାନ୍ତୁ। ଏହା ଥଣ୍ଡାର ଲକ୍ଷଣକୁ କମ୍ କରିଥାଏ। ଯାହା ତ୍ୱାଚା ପାଇଁ ଖୁବ୍ ଭଲ । କାହିଁକିନା ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥାଏ।
from Odisha Reporter http://bit.ly/2M5H1lv
No comments:
Post a Comment