
ନୂଆଦିଲ୍ଲୀ: ରାଜନୀତି ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯେତିକି ପ୍ରସିଦ୍ଧ ନୁହେଁ, ତାଙ୍କୁ ନେଇ ଗଢ଼ାଯାଉଥିବା ଅଦ୍ଭୁତ ସୋଶାଲ ମିଡିଆ ପୋଷ୍ଟକୁ ନେଇ ସେ ବେଶି ଚର୍ଚ୍ଚିତ। ଗତ କାଲି ଲୋକସଭାରେ ରାଫେଲ ଚୁକ୍ତି ସମ୍ପର୍କିତ ଆଲୋଚନାରେ ତାଙ୍କର ପ୍ରଶ୍ନ ସମୂହ ଶାସକ ଦଳ ପାଇଁ ବାଣ ପାଲଟିବା ପୂର୍ବରୁ ତାଙ୍କ ସମାଲୋଚକଙ୍କ MeMeରେ ସ୍ଥାନ ପାଇ ସାରିଛି।
Q3 #RahulGandhi
Thanks for the idea @deepakg72 pic.twitter.com/e00p9fa7qG— Super Londay (@SuperLonday) January 2, 2019
ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ ୪ଟି ପ୍ରଶ୍ନ କରିଥିଲେ ଏବଂ ଏହାର ଉତ୍ତର ନିଜେ ମୋଦି ଦେବାକୁ ଆହ୍ୱାନ କରିଥିଲେ।
କିନ୍ତୁ ଟ୍ୱିଟର୍ରେ ମାତ୍ର ୩ଟି ପ୍ରଶ୍ନ ପୋଷ୍ଟ କରିଥିଲେ। ଯାହାକୁ ନେଇ ଟ୍ରଲ୍ମାନେ ମଜାଳିଆ ପୋଷ୍ଟ କରିବା ଆରମ୍ଭ କରିଛନ୍ତି। ଏପରି ଏକ ପୋଷ୍ଟ ଆସିଛି ‘ରାମ ଲଖନ୍’ ଫିଲ୍ମର ଲୋକପ୍ରିୟ ଗୀତ ମେରା ନାମ୍ ହେ ଲଖନ୍ ଗୀତକୁ ବ୍ୟବହାର କରି।
ଏଥିରେ ମଧ୍ୟ ୱାନ୍ ଟୁ କା ଫୋର୍, ଫୋର୍ ଟୁ କା ୱାନ୍ ପଦକୁ ରାହୁଲ୍ଙ୍କୁ ଟ୍ୱିଟ୍ ସହିତ ଯୋଡ଼ାଯାଇଛି। ଆଉ ଆହୁରି ମଜାଦାର ହୋଇଛି ମେରା ନାମ ହେ ପରେ ରାହୁଲଙ୍କ ମୁହଁରୁ ‘ପପ୍ପୁ’ ଶବ୍ଦ ଆସୁଛି।
ଅବଶ୍ୟ ପରେ ରାହୁଲ ତୃତୀୟ ପ୍ରଶ୍ନ ଟି ରଖିଛନ୍ତି ଯାହାକି ଗୋଆ ମୁଖ୍ୟମନ୍ତ୍ରୀ ବା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ସହିତ ଜଡ଼ିତ ଥିଲା। ଏହା ବିଷୟରେ ଆଲୋଚନା ହୋଇପାରିବନି ବୋଲି ବାଚସ୍ପତି ସୁମିତ୍ରା ମହାଜନ ମନା କରିଥିବାରୁ ସେ ଏହି ପ୍ରଶ୍ନ ଉଲ୍ଲେଖ କରିନଥିଲେ ବୋଲି କହିଛନ୍ତି।
କିନ୍ତୁ ବିବାଦ ବଢ଼ିବାରୁ ସେ ଏହାକୁ ପୋଷ୍ଟ କରିଥିବା ସଫେଇ ଦେଇଛନ୍ତି। ଏହି ପ୍ରଶ୍ନ ଥିଲା, ମୋଦିଜୀ, ଆପଣ କହିପାରିବେ କି ପାରିକରଜୀ କାହିଁକି ରାଫେଲ ଫାଇଲକୁ ତାଙ୍କ ବେଡ୍ରୁମ୍ରେ ରଖିଛନ୍ତି ଏବଂ ଏଥିରେ କ’ଣ ଅଛି କହିପାରିବେ କି ?
from Odisha Reporter http://bit.ly/2TmmR92
No comments:
Post a Comment