ଚାଷୀଙ୍କୁ ଧାନର ଏମଏସପି ମିଳୁନି, ୭୫୦ଟଙ୍କା ବୋନସ ଦିଅ: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଚାଷୀଙ୍କୁ ଧାନର ଏମଏସପି ମିଳୁନି, ୭୫୦ଟଙ୍କା ବୋନସ ଦିଅ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନି। ସରକାରଙ୍କ ଅପାରଗତାରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମଣ୍ଡି ଖୋଲାଯାଇପାରିନି। ତେଣୁ ଏମଏସପି ତୁଳନାରେ ୪୦୦-୫୦୦ଟଙ୍କା କମ ଦରରେ ଚାଷୀ ଧାନ ବିକ୍ରି କରୁଛି। ସେଇଥିପାଇଁ ତୁରନ୍ତ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୭୫୦ ଟଙ୍କା ବୋନସ ଦେବାକୁ କଂଗ୍ରେସ ଦାବି କରିଛି। ତା’ଛଡ଼ା ଚାଷୀଙ୍କଠୁ ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀ ଦେଇଥିବା ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଚାଷୀଙ୍କ ପ୍ରତି ପ୍ରତାରଣା ବୋଲି କଂଗ୍ରେସ କହିଛି।

ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଏକ ପ୍ରେସ ରିଲିଜରେ କହିଛନ୍ତି ଯେ ରାଜ୍ୟ ସରକାର ନଭେମ୍ବର ପ୍ରଥମ ସପ୍ତାହରୁ ବିଭିନ୍ନ ଜିଲ୍ଲାରେ ୩ ହଜାର ମଣ୍ଡି ଓ ୨୬ ଶହରୁ ଉର୍ଦ୍ଧ ପ୍ରାଥମିକ ସମବାୟ ସମିତି ଜରିଆରେ ୧୫ ଲକ୍ଷ ପଞ୍ଜିକୃତ ଚାଷୀଙ୍କ ଠାରୁ ଖରିଫର ମୋଟ୍ ୫୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରିବେ ବୋଲି ଖୋଦ୍ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଚାଷୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାରଙ୍କ ଅପାରଗତା ଓ ଅବହେଳାରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମଣ୍ଡି ଖୋଲାଯିବାର ବହୁ ବିଳମ୍ବ ହେତୁ ଚାଷୀ ବାହାର ବେପାରୀଙ୍କୁ ଧାର୍ଯ୍ୟ ଦରଠାରୁ ୪ଶହ ୫ଶହ ଟଙ୍କା କମ୍ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଯାହାର ଉଦାହରଣ ଖୋଦ୍ ଯୋଗାଣ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛି ବୋଲି କହି ପିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏଥିପାଇଁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଉତ୍ତର ଓ ପୂର୍ବ ଓଡ଼ିଶାରେ ଆବଶ୍ୟକ ସଂଖ୍ୟକ ମଣ୍ଡି ଖୋଲାଯାଇ ନାହିଁ। ଦୈନନ୍ଦିନ ହଜାର ହଜାର ଟନ୍ ଧାନ ବାହାରକୁ ଚୋରା ଚାଲାଣ କରାଯାଉଛି। ସରକାର ଜାଣି ମଧ୍ୟ ଅଜଣା ହୋଇ ବସିଛନ୍ତି। ପ୍ରତି ମଣ୍ଡିରେ ଧାନ କ୍ରୟ କ୍ଷେତ୍ରରେ କୌଣସି ଭିତ୍ତିଭୂମି ନାହିଁ। ବିଭିନ୍ନ ଆଳରେ ଚାଷୀଙ୍କଠାରୁ ପ୍ରତି କ୍ୱିଣ୍ଟାଲରେ ୫ ରୁ ୭ କେଜି ଧାନ କଟଣି ଛଟଣୀ କରାଯାଉଛି। ଫଳରେ ଚାଷୀ ଗୁରୁତର ଅଭାଵୀ ବିକ୍ରିର ଶିକାର ହେଉଥିବା ବେଳେ ଯୋଗାଣ ଓ ସମବାୟ ମନ୍ତ୍ରୀ ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଚାଷୀ ଉଚିତ୍ ମୂଲ୍ୟ ପାଉଛନ୍ତି ଓ “ଟଙ୍କାଟିଏ ମଧ୍ୟ କମ୍ ମୂଲ୍ୟରେ ଚାଷୀ ଧାନ ବିକୁଥିଲେ ରାଜନୀତି ଛାଡ଼ିଦେବି” ବୋଲି କହିବା ଚାଷୀଙ୍କ ପ୍ରତି ଏକ ପ୍ରତାରଣା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଦାୟିତ୍ୱରେ ଥାଇ ମନ୍ତ୍ରୀ ଏଭଳି ଏକ ଦାୟିତ୍ୱହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ। ସରକାର ଖିଲାପୀ ମିଲର ମାନଙ୍କ ସହିତ ସଲାସୁତୁରା ହୋଇ ଚାଷୀଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ତେଣୁ ମନ୍ତ୍ରୀ ନିଜ ଦୋଷ ସ୍ୱୀକାର କରିବା ସହିତ ସରକାର ଚାଷୀଙ୍କଠାରୁ ଯୁଦ୍ଧକାଳୀନ ଭିତ୍ତିିରେ ସମସ୍ତ ଧାନ ନିର୍ଦ୍ଧାରିତ ଏମଏସପି ଓ କ୍ୱିଣ୍ଟାଲ ପିଛା ୭୫୦ଟଙ୍କା ବୋନସ୍ ଦେଇ କିଣିବାକୁ କଂଗ୍ରେସ ଦାବି କରିଛି।



from Odisha Reporter http://bit.ly/2AKSC4P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages