ପୁଣି ଶତକଠାରୁ ଅଳ୍ପ ଦୂରରେ ଅଟକି ଗଲେ ମୟଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ପୁଣି ଶତକଠାରୁ ଅଳ୍ପ ଦୂରରେ ଅଟକି ଗଲେ ମୟଙ୍କ

boat

ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍‌। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ତୃତୀୟ ଟେଷ୍ଟରେ ହନୁମା ବିହାରୀ ଓ ମୟଙ୍କ ଅଗ୍ରୱାଲ୍ ଇନିଂସ୍ ଆରମ୍ଭ କରିଥିବା ବେଳେ ଆଜି ମୟଙ୍କ ଅଗ୍ରୱାଲ୍‌ଙ୍କ ସହିତ ଲୋକେଶ ରାହୁଲ ଇନିଂସ୍ ଓପନ୍ କରିଥିଲେ। ତେବେ ପ୍ରଥମ ଓ ଦ୍ୱିତୀୟ ଟେଷ୍ଟ୍ ଭଳି ଏଥର ବି ଲୋକେଶ ରାହୁଲ ଫେଲ୍ ମାରିଥିଲେ। ସେ ମାତ୍ର ୯ ରନ୍ କରି ଜୋଶ୍ ହେଜେଲ୍‌ଉଡ୍‌ଙ୍କ ଏକ ବଲ୍‌ରେ ଶନ୍ ମାର୍ଶଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଅନ୍ୟପକ୍ଷରେ ଗତ ଟେଷ୍ଟ୍‌ ମ୍ୟାଚ୍‌ ପ୍ରଥମ ଇନିଂସ୍‌ରେ ଭଲ ଖେଳିଥିବା ମୟଙ୍କ ଆଜି ବି ଭଲ ଖେଳିଥିଲେ। ତେବେ ଗତଥର ଭଳି ଏଥର ବି ସେ ଶତକର ନିକଟତର ହେଉଥିବା ବେଳେ ଆଉଟ୍ ହୋଇଯାଇଥିଲେ।

ଆଜି ମୟଙ୍କ ୧୧୨ ବଲ୍‌ରୁ ୭ଟି ଚୌକା ଓ ୨ଟି ଛକା ସାହାଯ୍ୟରେ ୭୭ ରନ୍ କରିଥିଲେ। ନେଥନ୍ ଲିଅନଙ୍କ ଏକ ବଲ୍‌ରେ ସେ ଉଚ୍ଚା ସଟ୍ ଖେଳିଥିଲେ। ତେବେ ଲଙ୍ଗ୍ ଅନ୍‌ରେ ମିଚେଲ୍ ଷ୍ଟାର୍କଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ମେଲବର୍ଣ୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ମୟଙ୍କ ୭୬ ରନ୍ କରିଥିଲେ। ସେ ୧୬୧ ବଲ୍‌ରୁ ୮ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ଏହି ରନ୍ ସଂଗ୍ରହ କରିଥିଲେ। ଏହା ଥିଲା ତାଙ୍କ ଡେବ୍ୟୁ ଟେଷ୍ଟର ଡେବ୍ୟୁ ଇନିଂସ୍। ସେହିପରି ଏହି ମ୍ୟାଚ୍ର ଦ୍ୱିତୀୟ ଇନିଂସ୍ରେ ସେ ୪୨ ରନ୍ କରିଥିଲେ। ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସେ ପ୍ୟାଟ୍ କମିନ୍‌ସଙ୍କ ବଲ୍‌ରେ ଟିମ୍ ପେନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଓ ଦ୍ୱିତୀୟ ଇନିଂସ୍‌ରେ କମିନ୍‌ସ ତାଙ୍କୁ ବୋଲ୍ଡ କରି ଦେଇଥିଲେ।

ଖବର ଲେଖା ଯିବା ସୁଦ୍ଧା ଭାରତ ଦୁଇ ୱିକେଟ୍ ହରାଇ ୧୩୮ ରନ୍ କରିଛି। ଚେତେଶ୍ୱର ପୂଜାରା ଓ ବିରାଟ କୋହଲି କ୍ରିଜ୍‌ରେ ଅଛନ୍ତି।



from Odisha Reporter http://bit.ly/2ArIQ7k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages