୩୬ ଘଣ୍ଟା ଧରି ପଡ଼ି ରହିଛି ଅଙ୍ଗନୱାଡ଼ି କର୍ମୀଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

୩୬ ଘଣ୍ଟା ଧରି ପଡ଼ି ରହିଛି ଅଙ୍ଗନୱାଡ଼ି କର୍ମୀଙ୍କ ମୃତଦେହ

ଆନନ୍ଦପୁର (ମୁନ୍ନା ସିଂହ): ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତଦେହକୁ ୩୬ ଘଣ୍ଟା କାଳ ‍‍ ବ୍ଲକ୍‌ ଅଫିସ୍ ଆଗରେ ରଖି ସହକର୍ମୀମାନେ କ୍ଷତିପୂରଣ ପାଇଁ ଧାରଣାରେ ବସିଛନ୍ତି। କ୍ଷତିପୂରଣ ସହ ମୃତକଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଅନ୍ୟ ସାଥୀ ଅଙ୍ଗନୱାଡ଼ି କର୍ମୀମାନେ ଆନନ୍ଦପୁର-ଭଦ୍ରକ ଜାତୀୟ ରାଜପଥକୁ ଅବରୋଧ ମଧ୍ୟ କରିଛନ୍ତି। ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ମଙ୍ଗଳବାର ‘ମମତା’ ଯୋଜନା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କୁଶଟିକିର ଅଙ୍ଗନୱାଡ଼ି କର୍ମୀ କିରଣବାଳା ନାୟକ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ବାଇକରେ ଯାଉବାବେଳେ ଚଞ୍ଚଳପଡ଼ା ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦିବଙ୍ଗତ ଅଙ୍ଗନୱାଡ଼ି କର୍ମୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଜଣଙ୍କୁ ଚାକିରି ପାଇଁ  ସାଥୀ ଅଙ୍ଗନୱାଡ଼ି କର୍ମୀମାନେ ଜିଦ୍‌ ଧରିଥିଲେ। ମୃତଦେହକୁ ହାଟଡିହି ବ୍ଲକ ଅଫିସ୍‌ ଆଗରେ ରଖି ସେମାନେ ଗତକାଲି ଧାରଣା ଦେବା ପରେ ଗୁରୁବାର ରାଜପଥ ଅବରୋଧ କରିଛନ୍ତି। ସ୍ଥାନୀୟ ବିଡିଓ ଓ ଏସ୍‌ଡିପିଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଥିଲେ ହେଁ ଏହି ଖବର ଲେଖା ହେବା ଯାଏ କୌଣସି ସୁଫଳ ମିଳି ନ ଥିଲା।

ସ୍ଥାନୀୟ ଅଙ୍ଗନୱାଡ଼ି ନେତ୍ରୀ ମମତା ରାଣୀ ବେହେରା କହିଛନ୍ତି, “ମୃତ ଅଙ୍ଗନୱାଡ଼ି କର୍ମୀଙ୍କ ମରଶରୀର ପ୍ରାୟ ୩୬ ଘଣ୍ଟା ଧରି ରାସ୍ତାରେ ପଡ଼ି ରହିଛି। ଏଥିପ୍ରତି ପ୍ରଶାସନର ତିଳେ ମାତ୍ର ଦରଦ ନାହିଁ। ଆମେ ଚାହୁଁଛୁ, ଆମ ସାଥୀ ଭଉଣୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ଏହାଛଡ଼ା ତାଙ୍କ ବୋହୂକୁ ବି ଚାକିରି ଦିଆଯାଉ। ଦାବି ପୂରଣ ହେଲେ ଯାଇ ଆମେ ରାସ୍ତାରୋକ ଆନ୍ଦୋଳନରୁ ହଟିବୁ।”

ଅନ୍ୟପକ୍ଷରେ ହାଟଡିହି ବିଡିଓ ସୁଶାନ୍ତ କୁମାର ବାରିକ କହିଛନ୍ତି, “ସରକାରୀ ନିୟମ ଅନୁସାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ।”



from Odisha Reporter http://bit.ly/2FrJc1t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages