ବିଜେପୁରବାସୀଙ୍କୁ ଠକିଲେ ନବୀନ, ଆକ୍ରୋଶର ଶିକାର ହେଲେ ରୀତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ବିଜେପୁରବାସୀଙ୍କୁ ଠକିଲେ ନବୀନ, ଆକ୍ରୋଶର ଶିକାର ହେଲେ ରୀତା

ଭୁବନେଶ୍ବର (ଓଡ଼ିଶା ରିପୋର୍ଟର) : ବିଜେପୁର ଉପନିର୍ବାଚନ ଜିତିବାର ବର୍ଷେ ପୂରିଲାଣି, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଛନ୍ତି। ଆଉ ନବୀନଙ୍କ କଥାରେ ଭରସା କରି ରୀତା ସାହୁଙ୍କୁ ବିଧାୟକ ଭାବେ ଜିତାଇଥିବା ବିଜେପୁରବାସୀ ଏବେ ନିଜକୁ ଠକାମୀର ଶିକାର ହୋଇଥିବା ମନେକରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବରପାଲି ଡାକ୍ତରଖାନାରେ ଡାକ୍ତର ନଥିବା ଦାବିରେ ସ୍ଥାନୀୟ ଲୋକେ ଗତ ପ୍ରାୟ ଏକମାସ ଧରି ବିଭିନ୍ନ ଉପାୟରେ ପ୍ରତିବାଦ କରିବାରେ ଲାଗିଛନ୍ତି। ଦୋକାନ ବଜାର ବନ୍ଦଠୁ ଆରମ୍ଭ କରି ଗାଡ଼ି ମୋଟର ଚଳାଚଳ ମଧ୍ୟ ବନ୍ଦ ହୋଇଥିଲା। ବିଧାୟିକା ଶ୍ରୀମତୀ ସାହୁ ମଧ୍ୟ ଡାକ୍ତର ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ। ଲୋକଙ୍କ ସହ ବିଧାୟିକା ନିଜେ ମଧ୍ୟ ଧାରଣାରେ ବସିଥିଲେ।

କିନ୍ତୁ ଏ ସବୁ ସତ୍ତ୍ବେ ଡାକ୍ତର ନିଯୁକ୍ତି ନହେବାରୁ ବିଧାୟିକାଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ନିର୍ବାଚନବେଳେ ଯେଉଁ ବିକାଶ ପ୍ରତିଶ୍ରୁତି ଦେଇଥିଲ ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିବା ସହ ଆଗାମୀ ନିର୍ବାଚନରେ ଯିଏ ଭୋଟ ମାଗିବାକୁ ଆସିବ ତାକୁ ଠିକଣା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ବିଧାୟିକା ଶ୍ରୀମତୀ ସାହୁ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଉତ୍ତର ଦେବାକୁ ସାହସ ଜୁଲାଇ ପାରିନଥିଲେ।

ଉଲ୍ଲେଖଯୋଗ୍ୟ, ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜେ ବରପାଲିରେ ‘ବିଜେପୁର ଜୁହାର’ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପୁରର ବିକାଶ ନିଜେ ବ୍ୟକ୍ତିଗତ ଭାବେ ତଦାରଖ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯାହାକୁ ଏବେ ସେ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି।
ଦଳୀୟ ସୂତ୍ର ଅନୁସାରେ କଂଗ୍ରେସର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତାଙ୍କୁ ଏଥର ଟିକେଟ୍ ଦେବା ମତଲବରେ ବିଜେଡି ନାହିଁ। ରୀତା କଂଗ୍ରେସ ଛାଡି ନିଜ ଦିବଂଗତ ପତିଙ୍କ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ସେଠାରେ ପ୍ରଭାବଶାଳୀ ଆଚାର୍ଯ୍ୟ ପରିବାର ଏବେବି ବିରୋଧ କରୁଥିବାରୁ ତାଙ୍କୁ ଏଭଳି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି।



from Odisha Reporter http://bit.ly/2sh7i6W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages