ମୁଖ୍ୟମନ୍ତ୍ରୀଙ୍କ ଅପାରଗତାରୁ ମହିଳାଙ୍କ ଇଜ୍ଜତ ଓ ସୁରକ୍ଷା ଏବେ ସଙ୍କଟରେ : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ମୁଖ୍ୟମନ୍ତ୍ରୀଙ୍କ ଅପାରଗତାରୁ ମହିଳାଙ୍କ ଇଜ୍ଜତ ଓ ସୁରକ୍ଷା ଏବେ ସଙ୍କଟରେ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗର ସ୍ଥାଣୁତା, ଅପାରଗତା ଓ ସମ୍ବେଦନହୀନତା କାରଣରୁ ରାଜ୍ୟରେ ମହିଳା ଓ ଝିଅମାନଙ୍କ ଇଜ୍ଜତ ଓ ସୁରକ୍ଷା ଆଜି ସଙ୍କଟରେ ପଡ଼ିଛି ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କୁ ଲାଲ୍ ଚୁଡ଼ି ଭେଟି ଅଭିଯାନ କରିବା ଓଡ଼ିଆ ମହିଳାଙ୍କ ସମ୍ମାନ ଓ ସରକାରଙ୍କୁ ଚେତାବନୀ ଦେବା ପାଇଁ ଏକ ପ୍ରତୀକାତ୍ମକ ପଦକ୍ଷେପ ଥିଲା। ରାଜ୍ୟର ୧୨୭ଟି ନିର୍ବାଚନମଣ୍ଡଳୀରୁ ୯୦ ହଜାର ୯୨୭ ଜଣ ମହିଳାଙ୍କ ଠାରୁ ଲାଲ୍ ଚୁଡି ସଂଗ୍ରହ କରାଯାଇଥିଲା ଏବଂ ଆଗାମୀ ଦିନରେ ପିପିଲି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମହିଳା ମୋର୍ଚ୍ଚା ତା’ର ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି।

ପିପିଲି ପୀଡ଼ିତା ଓ ତାଙ୍କ ଭଳି ଦୁଷ୍କର୍ମ ଓ ଅମାନବୀୟ ନିର୍ଯାତନାର ଶିକାର ହୋଇଥିବା ସାରା ରାଜ୍ୟର ଶହ ଶହ ମା ଭଉଣୀଙ୍କୁ ନ୍ୟାୟ ଦାବିରେ ମହିଳା ମୋର୍ଚ୍ଚା ମହିଳା ସ୍ୱାର୍ଥ ଓ ସ୍ୱାଭିମାନର ଅଭିଯାନକୁ ବ୍ଲକ ପଞ୍ଚାୟତ ଓ ଗାଁ ପର୍ଯ୍ୟନ୍ତ ନେଇ ମହିଳାଙ୍କ ମାମଲାରେ ଏକ ସମ୍ବେଦନହୀନ ସରକାର ବିରୋଧରେ ଜନମତ ତିଆରି କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।

ସେ ୨୦୧୮ରୁ ଜାନୁଆରୀ ୨୦୧୯ ଜାନୁଆରୀ ମଧ୍ୟରେ ଦୁଷ୍କର୍ମର ଶିକାର ହୋଇ ଗଣମାଧ୍ୟମରେ ମୁଖ୍ୟ ପ୍ରସଙ୍ଗ ହୋଇଥିବା ରାଜ୍ୟର ପ୍ରମୁଖ ମାମଲା ଗୁଡ଼ିକର ତାଲିକା ଆଜି ଗଣମାଧ୍ୟମ ସମ୍ମୁଖରେ ରଖିବା ସହ ତଦନ୍ତ ଶିଥିଳ ହେବା ଓ ଉପଯୁକ୍ତ ତଥ୍ୟ ପ୍ରମାଣ ଏକାଠି କରି ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ଦେବାରେ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କାହିଁକି ବିଫଳ ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟବାସୀ ଏହାର ଜବାବ ମାଗୁଥିବା ସେ କହିଛନ୍ତି।

ଦେଶରେ ମହିଳା ବିରୋଧୀ ହିଂସା ମାମଲାରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ରହିଛି। ରାଜ୍ୟରେ ହୁ ହୁ ହୋଇ ବଢୁଥିବା ମହିଳା ବିରୋଧୀ ହିଂସା ପଛରେ ଅଭିଯୁକ୍ତଙ୍କ ପ୍ରତି ରାଜ୍ୟସରକାରଙ୍କ କୋହଳ ମନୋଭାବ ହିଁ ମୁଖ୍ୟ କାରଣ। ବିଗତ ଗୋଟିଏ ମାସର ଉଦାହରଣ ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ମହିଳାଙ୍କୁ ଦୁଷ୍କର୍ମ, ସରକାରୀ ଆବାସିକ ଛାତ୍ରାବାସରେ ଝିଅମାନେ ଗର୍ଭବତୀ ହେବା ଓ ପ୍ରସବ କରିବା ଓଡ଼ିଆ ଜନମାନସକୁ ଆନ୍ଦୋଳିତ କରୁଛି। ବିଗତ କିଛି ଦିନରେ କନ୍ଧମାଳ, ଅନୁଗୁଳ, ଯାଜପୁର, ଢେଙ୍କାନାଳ, କଳାହାଣ୍ଡି, ଜଗତସିଂହପୁର, ସମ୍ବଲପୁର, ମୟୂରଭଞ୍ଜ ଓ କୋରାପୁଟ ଆଦି ଜିଲ୍ଲାମାନଙ୍କରେ ଲୋମହର୍ଷଣକାରୀ ଘଟଣାମାନ ଓଡ଼ିଆ ସମ୍ବେଦନଶୀଳତାକୁ ଦୋହଲାଇ ଦେଉଛି। ରାଜ୍ୟରେ ଯଦି ରକ୍ଷକ ଭକ୍ଷକ ହୁଏ ତାହାହେଲେ ମହିଳାଙ୍କୁ ସୁରକ୍ଷା କିଏ ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ପିପିଲି ଗଣଦୁଷ୍କର୍ମ ଘଟଣାରେ ବିବାଦୀୟ ହୋଇ ୨ଥର ମନ୍ତ୍ରୀ ପଦ ହରାଇଥିବା ପ୍ରଦୀପ ମହାରଥୀଙ୍କୁ ଦଳୀୟ ଟିକେଟ ଓ ମନ୍ତ୍ରୀ ପଦ ଦେଇ ଯଦି ମୁଖ୍ୟମନ୍ତ୍ରୀ ସମ୍ମାନିତ କରନ୍ତି ତାହାହେଲେ ରାଜ୍ୟରେ ମହିଳା ବିରୋଧୀ ହିଂସାରେ ଜଡ଼ିତ ବ୍ୟକ୍ତିଙ୍କ ମନୋବଳ ବଢିବ ନାହିଁ ତ କାହାର ବଢିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟରେ ଛବିରାଣୀ ଓ ଅଞ୍ଜନାଙ୍କ ଗଣଦୁଷ୍କର୍ମ ଓଡ଼ିଶା ରାଜନୀତିରେ ପରିବର୍ତ୍ତନ ଆଣିଥିଲା। ଆଜି ଦିନରେ ଓଡ଼ିଶାରେ ଶହ ଶହ ଏହି ଭଳି ଘଟଣା ରହିଛି। ଆଜି ଏହି ପୀଡ଼ିତାମାନଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କ ସୁରକ୍ଷାକାରୀ ସରକାରୀ ଦଳର ବଡ଼ ପଣ୍ଡାଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇରେ ଓଡ଼ିଶାର ଲୋକମାନଙ୍କୁ ସାମିଲ ହେବାକୁ ଶ୍ରୀମତୀ ପରିଡ଼ା ଆହ୍ୱାନ କରିଛନ୍ତି।



from Odisha Reporter http://bit.ly/2AW7f5e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages