ମାଇକେଲ୍‌ ଭନ୍‌ ଟିମ୍‌ ଇଣ୍ଡିଆକୁ ଚିଡ଼ାଇଲେ, କ୍ରିକେଟ୍‌ ପ୍ରେମୀ ଦେଲେ ପାଲଟା ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

ମାଇକେଲ୍‌ ଭନ୍‌ ଟିମ୍‌ ଇଣ୍ଡିଆକୁ ଚିଡ଼ାଇଲେ, କ୍ରିକେଟ୍‌ ପ୍ରେମୀ ଦେଲେ ପାଲଟା ଜବାବ

ହାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୪ର୍ଥ ଦିନିକିଆରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ମାତ୍ର ୯୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଏହି ମ୍ୟାଚ୍‌ଟିକୁ ଘରୋଇ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟ୍‌ରେ ଜିତିବା ସହ ୫ଟିକିଆ ସିରିଜିକୁ ୧-୩କୁ ଆଣିଛି।

ତେବେ ଟିମ୍‌ ଇଣ୍ଡିଆର ଏଭଳି ବ୍ୟାଟିଂ ବିପର୍ଯ୍ୟୟକୁ ନେଇ ପୂର୍ବତନ ଇଂଲିଶ ଅଧିନାୟକ ମାଇକେଲ୍‌ ଭନ୍‌ ଟ୍ୱିଟ୍‌ରରେ ତାଚ୍ଛଲ୍ୟ କରିଛନ୍ତି। ଟିମ୍‌ ଇଣ୍ଡିଆକୁ ଭନ୍‌ ତାଚ୍ଛଲ୍ୟ କରି କହିଛନ୍ତି,“ଆଧୁନିକ କ୍ରିକେଟ୍‌ରେ କୌଣସି ଦଳ ୧୦୦ ରନ୍‌ ଭିତରେ ଅଲଆଉଟ୍‌ ହୋଇଯିବ, ସେକଥା ମୁଁ ବିଶ୍ୱାସ କରିପାରୁନାହିଁ।”

ଭନ୍‌ଙ୍କ ଏଭଳି ଟ୍ୱିଟ୍‌କୁ ଦେଖି ଭାରତୀୟ କ୍ରିକେଟ୍‌ ଫ୍ୟାନ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଇଂଲଣ୍ଡ ଗତ ସପ୍ତାହରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ୭୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହାକୁ ନେଇ ଭାରତୀୟ ଫ୍ୟାନ୍‌ ଭନ୍‌ଙ୍କୁ ଟାର୍ଗେଟ କରିଛନ୍ତି।

ଜଣେ ଲେଖିଛନ୍ତି, “ଧୋନି ଓ କୋହଲିଙ୍କ ବିନା ଖେଳୁଥିବା ଭାରତୀୟ ଟିମ୍‌କୁ ତୃତୀୟ ରାଙ୍କରେ ଥିବା ଘରୋଇ ନ୍ୟୁଜିଲ୍ୟାଣ୍ଡ ୯୨ ରନ୍‌ରେ ଅଲଆଉଟ୍‌ କରିଦେଇଥିଲା। କିନ୍ତୁ ରାଙ୍କର ୮ ନଂ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ୍‌ଠାରୁ ସବୁ ଦକ୍ଷ ଖେଳାଳିଙ୍କୁ ନେଇ ଖେଳୁଥିବା ଇଂଲଣ୍ଡ ୭୭ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏହା ନିଶ୍ଚିତ ଏକ ଅବିଶ୍ୱସନୀୟ କଥା।”

ଆଉ ଜଣେ ଲେଖିଛନ୍ତି, “ବର୍ତ୍ତମାନ ସବୁଠାରୁ ଅଧିକ କ୍ରିକେଟ୍‌ ଖେଳୁଥିବା ଇଂଲଣ୍ଡ ୭୭ ରନ୍‌ରେ ଆଉଟ୍‌ ହେବା ବିଶ୍ୱାସ କରିହେଉନାହିଁ।”

ସେହିପରି ଆଉ ଜଣେ ଫ୍ୟାନ୍‌ ଲେଖିଛନ୍ତି,“ଆମେ ଜାଣିଛୁ ୯୨ ଏକ ଖରାପ ସ୍କୋର କିନ୍ତୁ ୭୭ ରନ୍‌ଠାରୁ ଏହା ଯଥେଷ୍ଟ ଭଲ।”



from Odisha Reporter http://bit.ly/2GaZWKA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages