ବୁଆ-ବବୁଆ ମେଣ୍ଟ ବିଜେପି ନିର୍ଦ୍ଦେଶରେ ହୋଇଛି: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ବୁଆ-ବବୁଆ ମେଣ୍ଟ ବିଜେପି ନିର୍ଦ୍ଦେଶରେ ହୋଇଛି: କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ‘ବୁଆ’ ମାୟାବତୀଙ୍କ ବିଏସ୍‌ପି ଏବଂ ‘ବବୁଆ’ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମେଣ୍ଟ କରିଛନ୍ତି। ଏହି ମେଣ୍ଟରେ କଂଗ୍ରେସ ପୂର୍ବରୁ ସାମିଲ ହେବ ବୋଲି କୁହାଯାଉଥିଲେ ହେଁ ଉଭୟ ଅଖିଲେଶ ଓ ମାୟାବତୀଙ୍କୁ ଏଥିରେ ଏକମତ ହୋଇନାହାନ୍ତି। ଏହି ମେଣ୍ଟକୁ ନେଇ ଆଜି ପ୍ରଥମଥର କଂଗ୍ରେସ କଟାକ୍ଷ କରିଛି। ବିଜେପି ଯାହା ଚାହୁଁଥିଲା, ସେହି ଅନୁସାରେ ଉତ୍ତର ପ୍ରଦେଶରେ ମେଣ୍ଟ ହୋଇଛି ବୋଲି କଂଗ୍ରେସ ମୁଖପାତ୍ର ଆର୍‌ପିଏନ୍‌ ସିଂହ କହିଛନ୍ତି।

ସେ କହିଛନ୍ତି “୨୦୧୯ ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ସମଭାବାପନ୍ନ ଦଳ ଗୁଡ଼ିକ ଭାଗ ଭାଗ ହେଇଯାଆନ୍ତୁ ଏବଂ ଏକାକୀ ନିର୍ବାଚନ ଲଢ଼ନ୍ତୁ ବୋଲି ବିଜେପି ଚାହୁଁଥିଲା। ଏପରି ହେଲେ ଜନମତ ଭାଗ ଭାଗ ହୋଇଯିବ। ଏବେ ସେହି ଅନୁସାରେ ଉତ୍ତର ପ୍ରଦେଶରେ ମେଣ୍ଟ ହୋଇଛି।”

ଶ୍ରୀ ସିଂହ ବୁଆ-ବବୁଆ ମେଣ୍ଟ କେତେଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ, ତାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି। କ’ଣ ଏବେ ମାୟାବତୀ ଓ ଅଖିଲେଶ ଏକାଠି ହୋଇ ରାଫେଲ ଡିଲ୍‌ରେ ମୋଦି ସରକାର କରିଥିବା ଦୁର୍ନୀତି ପ୍ରସଙ୍ଗରେ ମୁହଁ ଖୋଲିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।



from Odisha Reporter http://bit.ly/2AOMw3l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages