ଗୋପକୁ ଗଲେ କୃଷ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଗୋପକୁ ଗଲେ କୃଷ୍ଣ

baragarh-123

ବରଗଡ଼ (ଦୀପକ ଶର୍ମା):  ମଥୁରାନଗରୀ ସାଜିଥିବା ବରଗଡ଼ରେ ଚାଲିଛି ପ୍ରବଳ ପ୍ରତାପି ମହାରାଜ କଂସଙ୍କ ରାଜୁତି। ତାଙ୍କ ଆଦେଶ ବିନା କୌଣସି କାର୍ଯ୍ୟ ହେଉନି। ସୁସଜ୍ଜିତ ହାତୀ ପିଠିରେ ବସି ମହାରାଜ କଂସ ନଗର ଭ୍ରମଣ କରି ପ୍ରଜାଙ୍କ ସୁଖଦୁଃଖ ବୁଝୁଛନ୍ତି। ଏଥିସହ ବିଶୃଙ୍ଖଳା ଆଚରଣ ପାଇଁ ଦଣ୍ଡ ବିଧାନ କରୁଛନ୍ତି। ସାଧାରଣ ପ୍ରଜା ହେଉ ବା ପ୍ରଶାସିନକ ଅଧିକାରୀ ସମସ୍ତଙ୍କୁ ଦଣ୍ଡଦେଶ ଜାରି କରୁଛନ୍ତି ମହାରାଜ କଂସ।

ଗତକାଲି ଧନୁଯାତ୍ରାର ଦ୍ୱିତୀୟ ଦିନରେ ମହାରାଜ କଂସ ଓଡ଼ିଶା ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଅଭିଯୋଗର ତଦନ୍ତ ପାଇଁ ପରିବହନ ନିଗମ ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ଏହାସହ ବସ୍‌ ଚଳାଉଥିବା ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ବସ୍‌ଷ୍ଟାଣ୍ଡ୍ ପରିସରରେ ଅଳିଆ ଆବର୍ଜନା ପଡ଼ିଥିବାରୁ ଠିକ୍ ଭାବେ ପରିସ୍କାର କରାଯାଉ ନଥିବା କହିଥିଲେ। ବର୍ତ୍ତମାନ ମଥୁରା ରାଜ୍ୟରେ ସ୍ୱଚ୍ଛତା ଅଭିଯାନ ମହାରାଜ କଂସଙ୍କ ଦ୍ୱାରା ଚାଲିଥିବା ବେଳେ  ଏହି ଅଭିଯାନର ଖିଲାପ କରାଯାଇଥିବା ମହାରାଜ କହିଥିଲେ। ବସ୍‌ଷ୍ଟାଣ୍ଡ ପରିସରରେ ନିର୍ମିତ ଶୌଚାଳୟକୁ ଯାତ୍ରୀଙ୍କ କାମରେ ଲଗାଯାଉନଥିବାରୁ ମହାରାଜ କଂସ ଅଧିକାରୀଙ୍କୁ ଦୁଇ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାର ଜରିମାନା ଦଣ୍ଡଦେଶ ଶୁଣାଇଥିଲେ। ଏହାସହ ବରଗଡ଼ରୁ ମାଲକାନଗିରି ଯାଉଥିବା ବସ୍‌ ଭିତରକୁ ଯାଇ ଯାତ୍ରୀମାନଙ୍କ ସହ ସୁଖଦୁଃଖ ହୋଇଥିଲେ।

ଗତକାଲି ରାଜଦରବାରରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମହାରାଜ କଂସ ମନ୍ତ୍ରୀଙ୍କୁ ମଥୁରା ରାଜ୍ୟର ଶିକ୍ଷିତ ଯୁବକମାନେ ଚାକିରି କାହିଁକି ପାଇ ନଥିବା ପ୍ରଶ୍ନ କରିଥିଲେ।

ତେବେ ମଧ୍ୟରାତିରେ ମଥୁରା କାରାଗୃହରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ଏହି ସମୟରେ ଘଡ଼ଘଡ଼ି, ବିଜୁଳି ଖେଳିଯାଇଥିଲା। ନିଃଶବ୍ଦ ରାତିରେ କାରାଗୃହର ସମସ୍ତ ରକ୍ଷୀ ଶୋଇପଡ଼ିଥିଲେ। ଏହି ସମୟରେ ଶିଶୁପୁତ୍ରକୁ ଧରି ଗୋପନଗରୀକୁ ଯାତ୍ରା କରିବାକୁ ଶୂନ୍ୟବାଣି ହୋଇଥିଲା। ଏହାପରେ ବସୁଦେବଙ୍କ ଶରୀରରୁ ଲୌହ ଶିକୁଳି ଖୋଲି ଯାଇଥିଲା। ବସୁଦେବ ନବଜାତ ଶିଶୁକୁ ଏକ ଟୋକେଇରେ ମୁଣ୍ଡେଇ କାରାଗୃହରୁ ବାହାରି ମଥୁରା ରାଜମାର୍ଗରେ ଗୋପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ ଜଗୁଆଳି ଦାୟିତ୍ୱରେ ଥିବା ଉଗ୍ରସେନ ବସୁଦବେଙ୍କ ବାଟ ଓଗାଳି ଥିଲେ। ସେହି ସମୟରେ ଟୋକେଇ ମଧ୍ୟରେ ଶଙ୍ଖ, ଚକ୍ର ଥିବା ଭଗବାନଙ୍କ ବିଶ୍ୱରୂପ ଦେଖି ଉଗ୍ରସେନ ବାଟ ଛାଡ଼ି ଦେଇଥିଲେ।

ଏହାପରେ ବସୁଦେବ ଯମୁନା ନଦୀ ପାର ହୋଇ ଗୋପପୁର ମାଟିରେ ପାଦ ଥାପିଥିଲେ। ଶିଶୁକୁ ମୁଣ୍ଡେଇ ନନ୍ଦରାଜାଙ୍କ ଘରେ ପତ୍ନୀ ଯୋଶଦାଙ୍କ ଗର୍ଭରୁ ଜନ୍ମଲାଭ କରିଥିବା ଶିଶୁକନ୍ୟା ‘ବିଜୁଳି କନ୍ୟା’ଙ୍କୁ ଆଣି ନିଜ ଶିଶୁପୁତ୍ରକୁ ତାଙ୍କ କୋଳରେ ଶୁଆଇ ଦେଇ ମଥୁରା ଫେରିଥିଲେ।

ଆଜି ଧନୁଯାତ୍ରାର ତୃତୀୟ ଦିବସରେ ମଥୁରାନଗରୀ ଭ୍ରମଣ କରିବେ ମହାରାଜ କଂସ। ଏହାସହ ବିଜୁଳି କନ୍ୟାକୁ ପ୍ରହାର, ଦୈବବାଣୀ, ଶ୍ୟାମେଶ୍ୱର ମହାଦେବ ଦର୍ଶନ ଭଳି କାର୍ଯ୍ୟକ୍ରମ ରହିଛି। ସେହିପରି ଗୋପପୁର ସାଜିଥିବା ଅମ୍ୱାପାଲିରେ ନନ୍ଦୋତ୍ସବ, କୃଷ୍ଣଙ୍କ ଦୋଳି ଝୁଲା, ରାସ ନୃତ୍ୟ, କୃଷ୍ଣ-ବଳରାମ ଗୋପପୁରରେ ଭ୍ରମଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

 

 



from Odisha Reporter http://bit.ly/2SPDf1V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages