
ମାଉଣ୍ଟ ମାଙ୍ଗାନୁଇ: ନିଲମ୍ବନ ଆଦେଶ ଉଠିବା ପରେ ଆଜି ପ୍ରଥମଥର ପାଇଁ କ୍ରିକେଟ୍ ପଡ଼ିଆରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କୁ ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନକିଆର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। କମ୍ବ୍ୟାକ୍ ମ୍ୟାଚ୍ରେ ହାର୍ଦ୍ଦିକ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।
ଉଭୟ ବୋଲିଂ ଓ ଫିଲ୍ଡିଂରେ ସାରା ଦେଶ ପୁରୁଣା ହାର୍ଦ୍ଦିକଙ୍କୁ ଦେଖିବାକୁ ପାଇଛି। ତେବେ ହାର୍ଦ୍ଦିକ ପୂର୍ବ ପରି ସାମାନ୍ୟ ଶାନ୍ତ ପଡ଼ି ଯାଇଥିବା ଆଜି ଦେଖିବାକୁ ମିଳିଥିଲା। ଏହି ଶାନ୍ତ ଶୋଭାବ କିନ୍ତୁ ତାଙ୍କ ଖେଳ ଉପରେ କୌଣସି ପ୍ରଭାବ ପକାଇ ନଥିଲା।
ସେ ପ୍ରଥମେ ଫିଲ୍ଡିଂରେ ଏକ ଜବରଦସ୍ତ କ୍ୟାଚ୍ ଧରିଥିଲେ। ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିମସନ୍ ୨୮ ରନ୍ କରି ବ୍ୟାଟିଂ କରୁଥିବା ବେଳେ ରିଷ୍ଟ ସ୍ପିନ୍ର ୟୁଜବେନ୍ଦର ଚହଲ ବୋଲିଂ କରିବାକୁ ଆସିଥିଲେ। ଏହି ସମୟରେ ୱିଲିମସନ୍ ଲେଗ୍ ସାଇଡ୍ରେ ଏକ ଫ୍ଲିକ୍ କରିବାକୁ ଚାହିଁଥିଲେ।
କିନ୍ତୁ ଏହି ସମୟରେ ଶଟ୍ ମିଡ୍ ୱିକେଟ୍ରେ ଫିଲ୍ଡିଂ କରିଥିବା ପାଣ୍ଡ୍ୟା ସୁପରମ୍ୟାନ୍ଙ୍କ ଭଳି ଜମ୍ପ ମାରି କ୍ୟାଚ୍ଟିକୁ ଧରି ନେଇଥିଲେ। ବୋଧେ ପାଣ୍ଡ୍ୟାଙ୍କ ଛଡ଼ା ସେଠି ଆଉ କେହି ଥିଲେ ଏହି କ୍ୟାଚ୍ଟିକୁ ଧରି ପାରି ନଥାନ୍ତେ। ଏହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏହି କ୍ୟାଚ୍ ପରେ ପାଣ୍ଡ୍ୟା ବୋଲିଂରେ ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ।
ଦେଖନ୍ତୁ ପାଣ୍ଡ୍ୟାଙ୍କ ସୁପରମ୍ୟାନ୍ ଭଳି କ୍ୟାଚ୍
Hardik pandya come back super catch pic.twitter.com/Bl83rckpO8
— Kanai Kumar (@KanaiKumar9) January 28, 2019
from Odisha Reporter http://bit.ly/2UkSXT2
No comments:
Post a Comment