ବୁଲେଟ୍‌ରେ ଦୁଲ୍‌ହନ୍‌, ପଛେ ପଛେ ବର, ଭିଡ଼ିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ବୁଲେଟ୍‌ରେ ଦୁଲ୍‌ହନ୍‌, ପଛେ ପଛେ ବର, ଭିଡ଼ିଓ ଭାଇରାଲ୍‌

ମୁମ୍ବଇ(ଓଡ଼ିଶା ରିପୋର୍ଟର): ଦେହରେ ନାଲି ଶାଢୀ। ମୁଣ୍ଡରେ ଗଜରା। ଦେହଯାକ ସୁନା ଗହଣା। ବେଶ ସିନା ନୂଆ ବୋହୂର ହେଲେ ଅନ୍ଦାଜ ଟିକେ ହଟ୍‌କେ। ବୁଲେଟ୍‌ ରାଜା କଥା ଆପଣ ଶୁଣିଥିବେ, ଠିକ୍‌ ସେମିତି ସିଏ ସେଦିନ ସାଜିଥିଲେ ‘ବୁଲେଟ୍‌ ରାଣୀ’। ବଧୂ ବେଶରେ ତାଙ୍କ ଆଖିରେ ଥିଲା କଳା ଚଷମା ଆଉ ସବାରୀ ସାଜିଥିଲା ବୁଲେଟ୍‌।

ଏମିତି ଜଣେ ନବବଧୂଙ୍କ ଭିଡିଓ ନିକଟରେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ବି ଲାଇକ୍‌ ନ ମାରି ରହି ପାରିବେନି।

ଅବଶ୍ୟ ଭିଡିଡ଼ଟି ଦେଖିରେ କ୍ଷଣି ଲାଗିବ ଯେମିତି କେଉଁ ଫିଲ୍ମର ସିନ୍‌ ଶୁଟିଂ ହେଉଛି। ହେଲେ ବାସ୍ତବରେ ଏହି ଦୃଶ୍ୟଟି କୌଣସି ଫିଲ୍ମ ସେଟ୍‌ର ନୁହେଁ ବରଂ ସତସତିକା ଘଟଣାଟିଏ। ମହାରାଷ୍ଟ୍ରର ପୁଣେରେ ଦେଖିବାକୁ ମିଳିଛି ଏମିତି ନିଆରା ଦୃଶ୍ୟ।

କନ୍ୟା ବେଶରେ ଥିବା ଝିଅ ଜଣଙ୍କ ନାଁ କୋମଲ ଦେଶମୁଖ। କୋମଲ ଜଣେ ଚାଷୀ ପରିବାରର ଝିଅ। ତାଙ୍କ ବାହାଘର ଜାନୁଆରୀ ୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବାହାଘର ସରିବା ପରେ ନିଜେ କୋମଲ ବୁଲେଟ୍‌ ନେଇ ଶାଶୂ ଘରକୁ ଯିବେ ବୋଲି ବାପାଙ୍କୁ ଅନୁମତି ମାଗିଲେ। ଝିଅର କଥାକୁ ସମ୍ମତି ଜଣାଇ ବାପା ମଧ୍ୟ ତାଙ୍କୁ ବୁଲେଟ୍‌ ନେଇ ଶାଶୂ ଘରକୁ ଯିବାକୁ ଅନୁମତି ଦେଇଦେଲେ। ଜାଣି ଖୁସିହେବେ ଏ କଥା ଶୁଣି ଶାଶୂଘର ଲୋକେବି କୋମଲଙ୍କ ଏ ପ୍ରସ୍ତାବରେ ରାଜି ହୋଇଗଲେ।

ଆଉ ସତକୁ ସତ କୋମଲ ବିଦା ହେବା ବେଳେ ବୁଲେଟ୍‌ ନେଇ ଆଗେ ଆଗେ ଚାଲିଲେ ଆଉ ତାଙ୍କ ସ୍ୱାମୀ ପଛରେ ଏକ ସୁସଜ୍ଜିତ କାର୍‌ରେ ବସି ଯାଉଥିବାରୁ ଦୃଶ୍ୟ ଥିଲା ବେଶ୍‌ ନିଆରା। ୫ କିଲୋମିଟର ପର୍ଯ୍ୟନ୍ତ ବୁଲେଟ ଚଲାଇ କୋମଲ ଶାଶୂ ଘରକୁ ଆସିଥିଲେ। ତାଙ୍କୁ ଏହି ବେଶରେ ଯିଏ ଦେଖୁଥିଲା ସେ ସ୍ୱାଗତ କରୁଥିଲା। ଆଉ ଏହି ନିଆରା ବାହାଘରକୁ ସମସ୍ତେ ଉପଭୋଗ କରିଥିଲେ।

ଆପଣ ଭାବୁଥିବେ କୋମଲ ଏମିତି କଲେ କ’ଣ ପାଇଁ? ସେ ଚାହିଁଥିଲେ ଅନ୍ୟ କିଛି ଉପାୟରେ ବି ଯାଇପାରିଥାନ୍ତେ। ତା ହେଲେ ଏମିତି କରିବାର କାରଣ କ’ଣ ? ଉତ୍ତରରେ କୋମଲ କୁହନ୍ତି…

“ଆଜିର ସମାଜରେ ପୁଅ ଓ ଝିଅ ଭିତରେ କିଛି ପାର୍ଥକ୍ୟ ନାହିଁ। ପୁଅମାନେ କେବଳ ବରଯାତ୍ରୀ ନେଇ ଆସିବେନି ଝିଅମାନେ ମଧ୍ୟ ଯାଇପାରିବେ। ଯାହାକୁ ମୁଁ ବୁଲେଟ୍‌ ଚଢି କରି ଦେଖାଇଛି।”

ସୌଜନ୍ୟ-ଇଣ୍ଡିଆ ଟିଭି



from Odisha Reporter http://bit.ly/2CT9gR3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages