ନବୀନଙ୍କ କୃଷି ଓଡ଼ିଶା କାର୍ଯ୍ୟକ୍ରମ: ପିଟିଲେ କାଳିଆ ଢୋଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ନବୀନଙ୍କ କୃଷି ଓଡ଼ିଶା କାର୍ଯ୍ୟକ୍ରମ: ପିଟିଲେ କାଳିଆ ଢୋଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ଚାଲିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭା। ଠିକ୍ ସେଇ ସମୟରେ ରାଜଧାନୀର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିଲା କୃଷି ଓଡ଼ିଶା କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପିଟିଥିଲେ ‘କାଳିଆ’ ଯୋଜନାର ଢୋଲ। ପଥରଚେପା ସମାବେଶରେ ମୋଦିଙ୍କ ଭାଷଣ ଚାଲିଥିବା ବେଳେ ନବୀନ ମଧ୍ୟ ଠିକ ସେହି ସମୟରେ ଚାଷୀଙ୍କ ଉଦ୍ଦେଶ୍ୟରେ ପଢ଼ିଥିଲେ ତାଙ୍କ ଅଭିଭାଷଣ।

ମୋଦିଙ୍କ ସଭାକୁ କାଉଣ୍ଟର କରି ନବୀନ ପୁଣିଥରେ ଚାଷୀ କାର୍ଡ ଖେଳିଥିବା ଆଲୋଚନା ହେଉଛି। ଏଥର ସେ ଫୋକସ୍‌ରେ ରଖିଥିଲେ ‘କାଳିଆ’ ଯୋଜନା। ଛୋଟ ଚାଷୀ ହୁଅନ୍ତୁ କି ଭାଗଚାଷୀ ଅବା କୃଷି ଶ୍ରମିକ, ସମସ୍ତେ ଏହି ଯୋଜନାର ଫାଇଦା ପାଇବା ସହ ବିନା ସୁଧରେ କୃଷିରଣ, ବୀମା ଓ ଜୀବିକା ସୁବିଧା ବ୍ୟବସ୍ଥା ଥିବା ନବୀନ ଚାଷୀଙ୍କୁ ଅବଗତ କରାଇଥିଲେ। ଚାଷୀ ବିଶେଷଜ୍ଞ ଓ ଅନ୍ୟମାନେ ମଧ୍ୟ ‘କାଳିଆ’ ଯୋଜନାକୁ ପ୍ରଶଂସା କରିଥିଲେ ସତ, ହେଲେ ଯୋଜନାର କାର୍ଯ୍ୟକାରିତା ଓ ପ୍ରକୃତ ହିତାଧିକାରୀ ଚିହ୍ନଟ ଏକ ଆହ୍ୱାନ ବୋଲି ମତ ଦେଇଥିଲେ।

ସେପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ବିଜେଡି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିଛି। ହେଲେ କମିଶନ୍‌ ଅଫ୍‌ ଏଗ୍ରିକଲଚର୍ କଷ୍ଟ ଆଣ୍ଡ ପ୍ରଡକସନ୍ (CACP) ର ଅଧ୍ୟକ୍ଷ ବିଜୟ ପାଲ ଶର୍ମା କହିଛନ୍ତି, ଓଡ଼ିଶାରେ ଧାନର ଉତ୍ପାଦନ ଖର୍ଚ୍ଚ ଅଧିକ ରହିଛି। ତେବେ ସର୍ବଭାରତୀୟ ସ୍ତରରେ ହିସାବକୁ ନେଇ ଏମ୍ଏସ୍‌ପି ଧାର୍ଯ୍ୟ କରାଯାଉଛି। କିନ୍ତୁ ଧାର୍ଯ୍ୟ ଦର ବି ଚାଷୀଙ୍କୁ ମିଳୁନଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷ।

ଗତ ୫ରେ ମୋଦିଙ୍କ ବାରିପଦା ଗସ୍ତ ବେଳେ ପୁରୀରେ ନବୀନ ଡାକିଥିଲେ ମହିଳା ସ୍ୱୟଂ ସହାୟକଙ୍କ ସମାବେଶ। ଆଜି ପୁଣି ବଲାଙ୍ଗିରରେ ମୋଦିଙ୍କ କାର୍ଯ୍ୟକ୍ରମ ବେଳେ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଥିଲେ ନବୀନ। ଫଳରେ ଖୋର୍ଦ୍ଧା କାର୍ଯ୍ୟକ୍ରମ ଭଳି ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଷ୍ଟେଜ୍ ଶେୟାର କରିବାକୁ ପଡ଼ିନଥିଲା। ତା’ସହ ଦୁଇ ନେତା ପରସ୍ପର ବିରୋଧରେ କୌଣସି ଆକ୍ରମଣାତ୍ମକ ମତ-ମନ୍ତବ୍ୟ ନଦେଇ ଉଭୟଙ୍କ ମଧ୍ୟରେ ଭିତିରି ସଂପର୍କ ରହିଛି ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାକୁ ଅଧିକ ଖୋରାକ୍ ଯୋଗାଇଛନ୍ତି।



from Odisha Reporter http://bit.ly/2FxtSA6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages