
ସିଡ୍ନୀ: ଦୀର୍ଘ ୭୨ ବର୍ଷ ପରେ ଅଷ୍ଟ୍ରେଲିଆରେ ଘରୋଇ ଦଳକୁ ମାତ୍ ଦେଇ ଟିମ୍ ଇଣ୍ଡିଆ ଟେଷ୍ଟ୍ ସିରିଜ୍କୁ ୨-୧ରେ ଜିତି ନେଇଛି। ତେବେ ଭାରତର ଏହି ଐତିହାସିକ ବିଜୟ ପରେ ଏକାଧିକ ରେକର୍ଡ ସୃଷ୍ଟି ହୋଇଛି। ସେଥି ମଧ୍ୟରୁ ଗୋଟିଏ ହେଲା ଭାରତ ଏସିଆ ମହାଦେଶର ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆକୁ ନିଜ ମାଟିରେ ଚିତପଟାଙ୍ଗ କରିଛି।
ଭାରତ ପୂର୍ବରୁ ୧୧ଟି ଟେଷ୍ଟ୍ ସିରିଜ୍ ଅଷ୍ଟ୍ରେଲିଆରେ ଖେଳିଥିଲେ ହେଁ କେବେ ହେଲେ ସିରିଜ୍ ବିଜୟର ସ୍ୱାଦ ଚାଖି ପାରି ନଥିଲା। ପୂର୍ବରୁ ଭାରତ ୮ଟି ସିରିଜ୍ ହାରିଥିଲା ଓ ୩ଟି ସିରିଜ୍ ଡ୍ର ହୋଇଥିଲା। କିନ୍ତୁ ଏଥର ବିରାଟ୍ ବାହିନୀ ୨-୧ରେ ସିରିଜ୍ କବଜା କରିଛି।
ପାକିସ୍ତାନ ଅଷ୍ଟ୍ରେଲିଆ ସହ ୧୨ଟି, ଶ୍ରୀଲଙ୍କା ୬ଟି ଓ ବାଂଲାଦେଶ ଗୋଟିଏ ଟେଷ୍ଟ ସିରିଜ୍ ଖେଳିଥିଲେ। କିନ୍ତୁ କେହି ବି ଜିତି ନଥିଲେ। ଅଷ୍ଟ୍ରେଲିଆକୁ କେବଳ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ହିଁ ଘରୋଇ ମାଟିରେ ହରାଇବାର ରେକର୍ଡ କରିଛନ୍ତି। ଏବେ ଭାରତ ଏମାନଙ୍କ ସହ ଯୋଡ଼ି ହୋଇଯାଇଛି।
from Odisha Reporter http://bit.ly/2RBpmHj
No comments:
Post a Comment