
ମୁମ୍ୱାଇ: ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ୧୬ ଜାନୁଆରୀରେ ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନରେ ସେ ଏକ ବଡ଼ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ କରନ୍ ଜୋହର୍, କାଟ୍ରିନା କୈଫ୍, ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍, ସୋନାକ୍ଷୀ ସିହ୍ନା, ବରୁଣ ଧାବନ୍, କରିସ୍ମା କପୁର୍, ପରି ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଛନ୍ତି।
ସିଦ୍ଧାର୍ଥ ୨୦୧୨ରେ ହୋଇଥିବା ଫିଲ୍ମ ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍ ମାଧ୍ୟମରେ ବଲିଉଡ୍ରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ସେ ଫିଲ୍ମ ମାଇ ନେମ୍ ଇଜ୍ ଖାନ୍ରେ କରନ୍ ଜୋହର୍ଙ୍କ ଆସିସ୍ଷ୍ଟାଣ୍ଟ୍ ଡାଇରେକ୍ଟର ଥିଲେ।
ସିଦ୍ଧାର୍ଥ ୧୯୮୫ ମସିହା ୧୬ ଜାନୁଆରୀରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସିଦ୍ଧାର୍ଥଙ୍କ ବାପା ମର୍ଚାଣ୍ଟ୍ ନାଭିରେ କାମ କରନ୍ତି। ପାଠ ପଢ଼ିବା ସହିତ ସିଦ୍ଧାର୍ଥ ୧୮ ବର୍ଷ ବୟସରୁ ମଡେଲିଙ୍ଗ୍ କରିବା ଆରମ୍ଭ କରିଥିଲେ। ସିଦ୍ଧାର୍ଥ ଦାମି ଜିନିଷ କିଣିବା ପାଇଁ ପସନ୍ଦ କରିଥାନ୍ତି। କାର୍ କଲେକସନ୍ କଥା କହିଲେ, ତାଙ୍କ ପାଖରେ ମର୍ସଡିଜ୍, ଅଡିଠାରୁ ଆରମ୍ଭ କରି ରୋବର୍ ପରି ଦାମିକା କାର୍ ରହିଛି।
ଅଭିନୟ ବ୍ୟତୀତ ସେ କୋକା କୋଲା, କୋର୍ଣ୍ଣିଟୋ ଓ ଆମେରିକାନ୍-ସ୍ୱାନ୍ ପରି କମ୍ପାନୀର ବ୍ରାଣ୍ଡ୍ ଆମ୍ୱାସଡର୍ ଅଛନ୍ତି। ବଲିଉଡ୍ରେ ସିଦ୍ଧାର୍ଥ ହସି ତୋ ଫସି, ଇତେଫାକ୍, ଏ ଜେଣ୍ଟିଲ୍ ମ୍ୟାନ୍, ବ୍ରଦର୍ସ ପରି ୮ରୁ ୧୦ ଟି ଫିଲ୍ମରେ କାମ କରି ସାରିଛନ୍ତି।
from Odisha Reporter http://bit.ly/2MfnEpQ
No comments:
Post a Comment