ଡାଇବେଟିସ୍‌ ହୋଇଥିଲେ ଏହି ସବୁ ବିଷୟ ଉପରେ ଧ୍ୟାନ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଡାଇବେଟିସ୍‌ ହୋଇଥିଲେ ଏହି ସବୁ ବିଷୟ ଉପରେ ଧ୍ୟାନ ଦିଅନ୍ତୁ

 ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଡାଇବେଟିସ୍‌ ଏକ ମାରାତ୍ମକ ରୋଗ। ଯଦି ଆପଣ ମଧୁମେୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ତେବେ ଏହାର ନିରାକରଣ ନେଇ କିଛି ଉପାୟ ଜାଣନ୍ତୁ। ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରନ୍ତୁ। ରକ୍ତରେ ସୁଗାର ପରୀକ୍ଷା କରିବା ସହ ଜଣେ ଡାଇବେଟିସ୍‌ ରେଗୀ ବ୍ଲଡପ୍ରେସର ଚେକ୍‌ କରିନେବା ଆବଶ୍ୟକ। ଅଜଥା ମାନସିକ ଚାପରୁ ନିବୃତ୍ତ ରୁହନ୍ତୁ। ଡାକ୍ତରଙ୍କ ମତରେ ଏହା ବେଳେ ବେଳେ ବଂଶାନୁକ୍ରମିକ ହୋଇଥାଏ।  ରକ୍ତରେ ଗ୍ଲୁକୋଜ ଶର୍କରା ସ୍ତର ନିର୍ଦ୍ଧାରିତ ସୀମାରୁ ଅଧିକ ହେଲେ ଏହାକୁ ଡାଇବେଟିସ୍‌  କୁହାଯାଏ। ଡାଇବେଟିସ୍‌ର ପ୍ରଭାବ କିଡ଼ନୀ ଉପରେ  ପଡ଼ିଥାଏ।

ଏଥିସହ କୋଲେଷ୍ଟୋରଲ୍‌ ଓ ଚର୍ବି ସ୍ତର ବୃଦ୍ଧି ପାଇଥାଏ। ଡାଏବେଟିସ୍‌ରେ ପୀଡ଼ିତ ହେଲେ ଥକ୍କାପଣ, ଶରୀର ଦୁର୍ବଳ ହୋଇପଡ଼ିବା, ଗୋଡ଼ରେ ଯନ୍ତ୍ରଣା, ପାଦ ବିନ୍ଧା ଆଦି ସମସ୍ୟା ଦେଖାଦେଇଥାଏ। ଡାଇବେଟିସ୍‌ ରୋଗୀ ବାଦାମ, ଆଳୁ ଓ ସାରୁ ଭଳି ପରିବା ଖାଇବା କଥା ନୁହଁ। ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ସେଉ ଖାଆନ୍ତୁ। କାରଣ ସେଓରେ ଫାଇବର ଅନେକ ମାତ୍ରାରେ ରହିଥାଏ। ଯାହା ଡାଇବେଟିସ୍‌ ରୋଗୀର ହେଉଥିବା ଇନ୍‌ଫେକ୍ସନ୍‌କୁ ଭଲ କରିବାରେ ସାହାଯ୍ୟ କରେ।

ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଶରୀରର କୋଲେଷ୍ଟ୍ରୋଲ୍‌ କମ୍‌ କରିଥାଏ। ଜାମୁକୋଳି ଖାଇବା ଦ୍ୱାରା ଡାଇବେଟିସ୍‌ ରୋଗୀ ଅନେକ ଲାଭ ପାଇଥାନ୍ତି। ଜାମୁକୋଳିରେ ୮୨ ପ୍ରତିଶତ ପାଣି ରହିଥାଏ ଓ ୧୪.୫ ପ୍ରତିଶତ କାର୍ବୋହାଇଡ୍ରେଟ୍ ରହିଥାଏ। ଯାହା ବ୍ଲଡ୍‌ ଓ ୟୁରିନ୍‌ରେ ଶର୍କରା ସ୍ତର କମ୍‌ କରିବାରେ ସହାୟକ ହୋଇଥାଏ। ସାରୁରେ ପର୍ଯ୍ୟାପ୍ତ ପରିମାଣ ରେ ଫାଇବର୍ ଓ ଆଣ୍ଟି ଅକସିଡାଣ୍ଟ ମିଳିଥାଏ। ତେଣୁ ସାରୁ କୁ ଖାଇବା ନିତାନ୍ତ ଆବଶ୍ୟକ। ସେହିପରି କଲରା ପୂରା ଶରୀରର ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ।



from Odisha Reporter http://bit.ly/2QJbLJn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages