
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଛି। ରାଜ୍ୟରେ ଶିକ୍ଷକମାନଙ୍କୁ ଆଜି ପର୍ଯ୍ୟନ୍ତ ଉପଯୁକ୍ତ ନ୍ୟାୟ ଦେବାରେ ବିଫଳ ରାଜ୍ୟ ସରକାର ଓଟିଇଟି ପରୀକ୍ଷା ପାଇଁ ଦୁରଦୂରାନ୍ତରୁ ଆସି ଖର୍ଚ୍ଚାନ୍ତ ହୋଇଥିବା ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ସହ ଖେଳ ଖେଳିବା କେତେଦୂର ଉଚିତ ବୋଲି ବିଜେପି ପ୍ରଶ୍ନ କରିଛି।
ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୂରି ବୁଲିବା ରାଜ୍ୟ ସରକାରଙ୍କ ପାରିବାପଣିଆ ପ୍ରତି ଅଙ୍ଗୁଠି ନିର୍ଦ୍ଦେଶ କରୁଛି ବୋଲି ବିଜେପି ଅଭିଯୋଗ କରିଛି।
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ବିରୋଧ କରି ବିଜେପିର ଭୁବନେଶ୍ୱର ଯୁବମୋର୍ଚ୍ଚା ତରଫରୁ ରାମ ମନ୍ଦିର ନିକଟରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଠାକୁର ରଞ୍ଜିତ୍ ଦାଶ, ଜିଲ୍ଲା ସାଧାରଣ ସଂପାଦକ ସଂଗ୍ରାମ କେଶରୀ ନାୟକଙ୍କ ସମେତ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ରାକେଶ ଜେନା, ଉପସଭାପତି ରଶ୍ମିରଞ୍ଜନ ମୁଦୁଲି, ସଂଯୋଜକ ଅଭିଷେକ ପରିଡା, ସୁଧାଂଶୁ ମହାନ୍ତି, ଅଭିଷେକ ସାହୁଙ୍କ ସମେତ ସମସ୍ତ ପଦାଧିକାରୀମାନେ ଉପସ୍ଥିତ ରହି ଆଗାମୀ ଦିନରେ ଉକ୍ତ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ନିମନ୍ତେ ଦାବି ରଖିଥିଲେ।
from Odisha Reporter http://bit.ly/2QUYKwC
No comments:
Post a Comment