‘ସିମ୍ବା’ର ଲାଭରୁ ମୁମ୍ବାଇ ପୁଲିସ୍‌କୁ ୫୧ଲକ୍ଷ ଟଙ୍କା ଦେଲେ ରୋହିତ୍‌ ସେଟ୍ଟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

‘ସିମ୍ବା’ର ଲାଭରୁ ମୁମ୍ବାଇ ପୁଲିସ୍‌କୁ ୫୧ଲକ୍ଷ ଟଙ୍କା ଦେଲେ ରୋହିତ୍‌ ସେଟ୍ଟୀ

ମୁମ୍ବାଇ: ଫିଲ୍ମ ‘ସିମ୍ବା’ ହିଟ୍‌ ହେବା ପରେ ଫିଲ୍ମର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ବଲିଉଡ୍‌ ବକ୍ସ ଅଫିସ୍‌ର କିଙ୍ଗ୍‌ ପାଲଟି ଯାଇଛନ୍ତି। ଫିଲ୍ମଟି ୨୦୦କୋଟିରୁ ଅଧିକ ବ୍ୟବସାୟ କରିଛି।

ତେବେ ଫିଲ୍ମରୁ ମିଳିଥିବା ଲାଭାଂଶରୁ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ ୫୧ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଏଥି ପାଇଁ ରୋହିତ୍‌ଙ୍କୁ ଏବେ ସମସ୍ତେ ଭୂରି ଭୂରି ପ୍ରଶଂସା କରୁଛନ୍ତି।

ମୁମ୍ବାଇ ପୁଲିସର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଉମଙ୍ଗ- ୨୦୧୯’ରେ ଯୋଗ ଦେଇ ରୋହିତ୍‌ ସେଟ୍ଟୀ ଏହି ଅର୍ଥ ରାଶି ମୁମ୍ବାଇ ପୁଲିସ୍‌ ଫାଉଣ୍ଡେସନ୍‌କୁ ଦାନ କରିଥିଲେ। ଚେକ୍‌ଟି ରୋହିତ୍‌ ସେଟ୍ଟୀ ପ୍ରଡକ୍ସନ ହାଉସ୍‌ ତରଫରୁ ଦିଆଯାଇଥିବା ବେଳେ ଏହାକୁ ଅଭିନେତା ରଣବୀର ସିଂହ, ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ରୋହିତ୍‌ ସେଟ୍ଟୀ ମିଶି ମୁମାଇ ପୋଲିସ୍‌କୁ ହସ୍ତାନ୍ତର କରିଥିଲେ। ଇଭେଣ୍ଟଟି ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଜାନୁଆରୀ ୨୭ ତାରିଖରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ର ବହୁ ନାମୀ ଦାମୀ କଳାକାର ସାମିଲ୍ ହେବା ସହ ମୁମ୍ବାଇ ପୁଲିସର କାର୍ଯ୍ୟଦକ୍ଷତାକୁ ଉଚ୍ଚପ୍ରଶଂସା କରିଥିଲେ।



from Odisha Reporter http://bit.ly/2sYM9ic

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages