
କେନ୍ଦୁଝର(ପ୍ରଣୟ ପାଣି): ଶ୍ୱଶୁର ଅସୁସ୍ଥ ଥିବା ନେଇ ଖବର ଆସିଥିଲା। ଏହା ପରେ ସ୍ତ୍ରୀଙ୍କୁ ଧରି ସେ ବାହାରି ପଡ଼ିଥିଲେ ଶ୍ୱଶୁର ଘର ଅଭିମୁଖେ। ଏକ ଅଟୋରେ ଯାଉଥିବା ବେଳେ ବାଟରେ ସେମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଗତକାଲି ରାତିରେ ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡରା ନିକଟରେ।
ଏ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଜମ୍ବୁ ମହାକୁଡ଼ ଓ ମିଥୁନ ନାଏ। ଜମ୍ବୁଙ୍କ ପତ୍ନୀ କୁଙ୍କୁଲିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବାରିଆ ଥାନା ଅନ୍ତର୍ଗତ ଗିଧିବାସ ଗାଁରେ ପତ୍ନୀଙ୍କ ସହିତ ରହୁଥିଲେ ଜମ୍ବୁ। ତାଙ୍କ ଶ୍ୱଶୁର ବିଲେଇପଦାରେ କାମ କରନ୍ତି। ସେ ଅସୁସ୍ଥ ଥିବା ନେଇ ଖବର ପାଇବା ପରେ ଜମ୍ବୁ ପତ୍ନୀଙ୍କୁ ଧରି ଏକ ଡାଲା ଅଟୋରେ ବିଲେଇପଦା ଯାଉଥିଲେ। ହେଲେ କଣ୍ଡରା ପାଖରେ ବୈତରଣୀ ନଦୀ ନିକଟରେ କୌଣସି ଅଜଣା ଗାଡ଼ି ଅଟୋଟିକୁ ଧକ୍କା ଦେଇ ଚାଲି ଯାଇଥିଲା। ଏଥିରେ ଅଟୋର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜମ୍ବୁ, କୁଙ୍କୁଲି ଓ ମିଥୁନ ଗୁରୁତର ଆହତ ହୋଇଥିଲେ।
ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଜମ୍ବୁ ଓ ଅଟୋ ଡ୍ରାଇଭର ମିଥୁନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
from Odisha Reporter http://bit.ly/2FFmOCu
No comments:
Post a Comment