BSNL ଆଣିଲା ନୂଆ ପ୍ଲାନ, ମାତ୍ର ୯୮ ଟଙ୍କାରେ ଦିନକୁ ୧.୫ ଜିବି ଡାଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

BSNL ଆଣିଲା ନୂଆ ପ୍ଲାନ, ମାତ୍ର ୯୮ ଟଙ୍କାରେ ଦିନକୁ ୧.୫ ଜିବି ଡାଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଟେଲିକମ୍‌ ସେକ୍ଟରରେ ଏବର ଟ୍ରେଣ୍ଡ୍‌କୁ ଦେଖି କମ୍ପାନୀଗୁଡ଼ିକ ଆଜିକାଲି ଆକର୍ଷଣୀୟ ପ୍ଲାନ୍ ସବୁ ଲଞ୍ଚ୍‌ କରୁଛନ୍ତି। ଭଏସ୍ ଓ ଡାଟା ବେସ୍‌ଡ୍‌ ପ୍ଲାନ୍‌ ଆଜିକାଲି ଖୁବ୍ ତମ୍‌ ଦେଖିବାକୁ ମିଳୁଛି। ତେବେ ଏହା ଭିତରେ ସରକାରୀ ଟେଲିକମ୍‌ କମ୍ପାନୀ BSNL ମାତ୍ର  ୯୮ଟଙ୍କାର ଏକ ନୂଆ ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ୍ କରିଛି। କମ୍ପାନୀ ଏହି ନୂଆ ପ୍ଲାନ୍‌ରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ଜିବି ଡାଟା ଦେଉଛି।

BSNLର ଏହି ୯୮ ଟଙ୍କିଆ ପ୍ଲାନ୍‌ର ବୌଧତା ୨୬ ଦିନ ରହିଛି। ଟେଲିକମ୍‌ ସେକ୍ଟର୍‌ରେ ଏ ଯାଏ ଅନ୍ୟ କୌଣସି କମ୍ପାନୀ ଏଭଳି ପ୍ଲାନ୍‌ ଲଞ୍ଚ୍ କରିନାହାନ୍ତି। ରିଲାଏନ୍ସ ଜିଓ ପାଖରେ ୯୮ ଟଙ୍କିଆ ପ୍ଲାନ୍‌ ଅଛି , ହେଲେ ଏଥିରେ ଡାଟା ସହ ଭଏସ୍‌ କଲିଂ ଓ ଏସ୍‌ଏମ୍‌ଏସ୍ ସୁବିଧା ମଧ୍ୟ ଦିଆଯାଇଛି। କିନ୍ତୁ BSNLର ଏହା କେବଳ ଏକ ଡାଟାବେସ୍‌ଡ୍‌ ପ୍ଲାନ୍।

BSNL ଏହି ପ୍ଲାନ୍‌ର ନାଁ ‘ସୁନାମୀ’ ରଖିଛି। ଏହି ପ୍ଲାନ୍‌ର ମୁକାବିଲା ଜିଓର ୯୮ ଟଙ୍କିଆ ଓ ଏୟାରଟେଲ୍‌ର ୧୧୯ ଟଙ୍କିଆ ପ୍ଲାନ୍ ସହ ହେବ। କିନ୍ତୁ ଏଥିରେ ଗ୍ରାହକଙ୍କୁ ଭଏସ୍ କଲ୍ ଓ ଏସ୍ଏମ୍‌ଏସ୍‌ର କୌଣସି ସୁବିଧା ମିଳିବ ନାହିଁ।

ସୂଚନା ଅନୁଯାୟୀ BSNLର ଏହି ୯୮ ଟଙ୍କିଆ ନୂଆ ପ୍ଲାନ୍‌ରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିବ। BSNLର ୯୮ ଟଙ୍କିଆ ଓ ରିଲାଏନ୍ସ ଜିଓର ୯୮ ଟଙ୍କିଆ ପ୍ଲାନ୍‌ ମଧ୍ୟରେ ତୁଳନା କଲେ, ଜିଓ ନିଜ ପ୍ଲାନ୍‌ରେ ୨୮ଦିନର ଭ୍ୟାଲିଡିଟି ସହ ୨ଜିବି ହାଇ ସ୍ପିଡ୍‌ ଡାଟା, ଅନ୍‌ଲିମିଟେଡ୍ ଭଏସ୍‌ କଲିଂ ଓ ୩୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ଦେଉଛି। ସେପଟେ BSNL ୨୬ ଦିନ ପାଇଁ ପ୍ରତ୍ୟେକ ଦିନ କେବଳ ୧.୫ ଜିବି ଡାଟା ସୁବିଧା ଦେଉଛି। ଅର୍ଥାତ୍‌ ଯେଉଁମାନେ ଅଧିକ ଡାଟା ବ୍ୟବହାର କରନ୍ତି, ସେମାନେ BSNLର ଏହି ପ୍ଲାନ୍‌ କିଣିପାରିବେ। ସବୁଠୁ ବଡ଼ କଥା ହେଲା, BSNL ପାଖରେ ଏଯାଏ 4G ନେଟୱର୍କ୍ ନାହିଁ। କମ୍ପାନୀ ପାଖରେ ଏବେ କେବଳ 3G ନେଟୱର୍କ ହିଁ ରହିଛି।



from Odisha Reporter http://bit.ly/2MlM1lV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages